ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ । ଇତିହାସ ପୃଷ୍ଠାରେ ପୂନର୍ବାର ନାମ ଲେଖିବା ପାଇଁ ଟିମ ଇଣ୍ଡିଆ ନିକଟରେ ବଡ ସୁଯୋଗ ରହିଛି । ଯଦି ଭାରତ ରବିବାର ନ୍ୟୁଜିଲାଣ୍ଡକୁ ହରାଇ ଦେବ ତାହାହେଲେ ଅନେକଙ୍କ ମନୁ ୫ଟି ଭ୍ରମ ଦୂର ହୋଇଯିବ । ଆସନ୍ତୁ ଜାଣିବା କଣ ରହିଛି ଭ୍ରମ ।
୧. ଆୟୋଜକ ଟିମ ଜିତିନି ଟ୍ରଫି: ଟି୨୦ ବିଶ୍ୱକପରେ ଏ ପର୍ଯ୍ୟନ୍ତ ଖେଳା ଯାଇଥିବା ସମସ୍ତ ମୁକାବିଲାରେ ଆୟୋଜ ଟିମ କେବେ ହେଲେ ଟ୍ରଫି ଜିତିନି । ଭାରତ ଗତ ସଂସ୍କରଣରେ ଚାମ୍ପିୟନ ହୋଇଥିଲା । ଏଥର ଘରୋଇ ପରିବେଶରେ ଏହାର ପୂନରାବୃତି କରିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି ।
୨. ଅହମ୍ମଦାବାଦ ଓ ଆଇସିସି ଫାଇନାଲ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ଅଷ୍ଟ୍ରେଲିଆ ନିକଟରୁ ହାରି ଯାଇଥିଲା । ଏହାକୁ ପ୍ରଶଂସକମାନେ ଗ୍ରହଣ କରିପାରି ନ ଥିଲେ । ଏବେ ବି କେତେଜଣ ଏହି ପିଚକୁ ଶାପଗ୍ରସ୍ତ କହୁଛନ୍ତି । ଭାରତ ଯଦି ଚାମ୍ପିୟନ ହେବ ତାହାହେଲେ ଏହି ଅନ୍ଧବିଶ୍ୱାସ ବି ଦୂର ହେବ ।
୩.ଟି୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ହରାଇନି: ଭାରତ ଏ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିନି । ପୂର୍ବରୁ ଖେଳା ଯାଇଥିବା ୩ଟି ଯାକ ମୁକାବିଲାରେ ଭାରତ ପରାଜିତ ହୋଇଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ଚାହିଁବ ।
୪. ଆଇସିସି ଫାଇନାଲରେ ନ୍ୟୁଜିଲାଣ୍ଡ ସାଜିଛି କାଳ: ନ୍ୟୁଜିଲାଣ୍ଡ ୨୦୦୦ ନକଆଉଟ ଟ୍ରଫି ଓ ୨୦୨୧ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଟ୍ରଫି ହାସଲ କରିଛି । ସବୁଠାରୁ ମଜାର କଥା ଭାରତକୁ ହରାଇ ସେ ଏହି ଦୁଇଟି ଟ୍ରଫି ଜିତିଛି । ଏଥର ମଧ୍ୟ ନ୍ୟୁଜିଲାଣ୍ଡ ଆଶାରେ ଥିଲେ ମଧ୍ୟ ଭାରତ ଏହାକୁ ବ୍ୟର୍ଥ କରିବ ବୋଲି ପ୍ରଶଂସକମାନେ ଆଶା କରୁଛନ୍ତି ।
୫.