Latest Odisha News

BREAKING NEWS

ରନ୍ ଆଉଟ ହେଲା କାଳ, ଅଧାରେ ରହିଲା ଟି-୨୦ ମହିଳା ବିଶ୍ୱକପ୍ ଟାଇଟଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୨୩ ମହିଳା ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ହରମାନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଟିମକୁ ୫ ରନରେ ପରାସ୍ତ ହୋଇଛି। ଆଇସିସି ମହିଳା ଟି -୨୦ ବିଶ୍ୱକପର ଏହି ପ୍ରଥମ ସେମିଫାଇନାଲ ମ୍ୟାଚ୍ କେପଟାଉନର ନ୍ୟୁଲାଣ୍ଡ ଗ୍ରାଉଣ୍ଡରେ ଖେଳାଯାଇଥିଲା।

ମ୍ୟାଚ୍ ଜିତିବା ପାଇଁ ଟିମ୍ ଇଣ୍ଡିଆର ଲକ୍ଷ୍ୟ ଥିଲା ୧୭୩ ରନ୍। କିନ୍ତୁ ହରମାନପ୍ରୀତ କୌରଙ୍କ ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୬୭ ରନ୍ କରିଥିଲେ। ଭାରତୀୟ ଦଳ ପାଇଁ କ୍ୟାପଟେନ ହରମାନପ୍ରୀତ କୌର ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଟିମ୍ ଇଣ୍ଡିଆର ଅଧିନାୟକ ୩୪ ବଲରେ ୫୨ ରନ୍ ସଂଗ୍ରହ କରିଥିଲେ।

ଏହି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିୟା ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୩ ରନ୍ ସଂଗ୍ରହ କରି ୪ ୱିକେଟ୍ ହରାଇଥିଲା। ଏହା ପରେ ଭାରତୀୟ ଦଳ ଟାର୍ଗେଟ ପିଛା କରି ଅତି ଚମତ୍କାର ଖେଳୁଥିଲା। କିନ୍ତୁ ହଠାତ୍ ୱିକେଟ୍ ହରାଇବା କାରଣରୁ ସେମାନଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚକୁ ୫ ରନରେ ଜିତିଛି।

ଏହି ବିଜୟ ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବ। ଭାରତର ଅଧିନାୟକ ହରମାନପ୍ରୀତଙ୍କୁ ରନ୍ ଆଉଟ୍ କରିବାରୁ ଦଳ ଏହି ମ୍ୟାଚ ହାରିଛି। ତାଙ୍କ ୱିକେଟ ନେଇ ଅଷ୍ଟ୍ରେଲିଆ ଦଳ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ପାଇଥିଲା।

 

Comments are closed.