Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ସେମିଫାଇନାଲରେ ଭେଟ ହୋଇ ପାରନ୍ତି ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ନାମ୍ବିଆକୁ ହରାଇ ପାକିସ୍ତାନ ସୁପର ଏଇଟରେ ପ୍ରବେଶ କରିଛି । ଏଥିସହ ସୁପର ଏଇଟ ଲାଇନଅପ ଚୂଡାନ୍ତ ହୋଇଛି । ଗ୍ରୁପ ୧ରେ ଭାରତ, ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ରହିଥିବା ବେଳେ ଗ୍ରୁପ ୨ରେ ପାକିସ୍ତାନ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି । ଭାରତ ଓ ପାକିସ୍ତାନ ଅଲଗା ଗ୍ରୁପରେ ରହିଥିବାରୁ ସୁପର ଏଇଟରେ ସେମାନଙ୍କ କୌଣସି ମ୍ୟାଚ ରହିବ ନାହିଁ । ଯଦି ଗ୍ରୁପ ୧ରେ ଭାରତ ଶୀର୍ଷ ସ୍ଥାନରେ ରହିବେ ତେବେ ପାକିସ୍ତାନ ଅନ୍ୟ ଗ୍ରୁପରୁ ଦ୍ୱିତୀୟ ଟିମ ଭାବେ ଯଦି ସେମିଫାଇନାଲରେ ପ୍ରବେଶ କରିବ ତେବେ ଉଭୟଙ୍କ ମଧ୍ୟରେ ପୂନର୍ବାର ମୁକାବିଲା ହେବ ।

ନାମ୍ବିଆ ବିପକ୍ଷରେ ପାକିସ୍ତାନ ୨୦୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଜବାବରେ ନାମ୍ବିଆ ୯୭ ରନରେ ଅଲଆଉଟ ହୋଇ ଯାଇଥିଲା । ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ ୪ଟି ଓ ଶାଦବ ଖାଁ ୩ଟି ୱିକେଟ ନେଇଥିଲେ । ସାହେବଜାଦ ଫରମାନ ୫୮ ବଲରେ ବିସ୍ଫୋରକ ୧୦୦ ରନ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.