Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଫାଇନାଲ: ହୋଟେଲ, ଡ୍ରେସିଂ ରୁମ ବଦଳାଇଲା ଟିମ ଇଣ୍ଡିଆ

ଅହମ୍ମଦାବାଦ: ମାର୍ଚ୍ଚ ୮ରେ ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ୨୦୨୩ ବିଶ୍ୱକପ ଫାଇନାଲରେ ଭାରତ ଏଠାରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା । ଏଥର ଟିମ ଇଣ୍ଡିଆ ହୋଟେଲ ଏବଂ ଡ୍ରେସିଂ ରୁମରେ ପରିବର୍ତନ କରିଛି । ନକାରାତ୍ମକ ଧାରାକୁ ଭାଙ୍ଗିବା ପାଇଁ ଟିମ ଇଣ୍ଡିଆ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି । ହୋମ ଡ୍ରେସିଂ ରୁମ ବଦଳରେ ଭିଜିଟିଙ୍ଗ ଡ୍ରେସିଂ ରୁମକୁ ଏଥର ଭାରତୀୟ ଟିମ ବ୍ୟବହାର କରିବେ ।

ଏହା ପୂର୍ବରୁ ଚନ୍ଦ୍ର ଗ୍ରହଣ ସମୟରେ ଭାରତୀୟ ଦଳ ମୁମ୍ବାଇରେ ବିଳମ୍ବରେ ଅଭ୍ୟାସ କରିଥିଲେ । ଆଇସିସି ପ୍ରୋଟୋକଲ ଅନୁସାରେ ଅହମ୍ମଦାବାଦରେ ଫାଇନାଲିଷ୍ଟଙ୍କୁ ସର୍ବଦା ଆଇଟିସି ନର୍ମଦା ହୋଟେଲରେ ରଖାଯାଉଥିଲା । ୨୦୨୩ରେ ଭାରତୀୟ ଟିମ ଏଠାରେ ରହିଥିଲେ । ଅନ୍ୟ ଫାଇନାଲିଷ୍ଟ ତାଜ ସ୍କାଇଲାଇନରେ ରହିଥିଲେ । ଏବେ ଏଥିରେ ପରିବର୍ତନ କରାଯାଇଛି । ତେବେ ଡ୍ରେସିଂ ରୁମ ବଦଳାଇବା ପଛରେ କୌଣସି କାରଣ ନ ଥିଲା । ଭାରତ ଏଠାରେ ଓଭରାଲ ୧୦ଟି ମ୍ୟାଚ ଖେଳିଛି । ୭ରେ ବିଜୟ ହାସଲ କରିଥିବା ବେଳେ ୩ରେ ପରାଜିତ ହୋଇଛି । ଚଳିତ ସଂସ୍କରଣରେ ଭାରତ ଏଠାରେ ନେଦରଲାଣ୍ଡସକୁ ହରାଇଥିବା ବେଳେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଥିଲା ।

Leave A Reply

Your email address will not be published.