Latest Odisha News

BREAKING NEWS

T20 ବିଶ୍ୱକପ୍: ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଅକ୍ଟୋବର ୨୪ରେ ଉଭୟ ଟିମ୍ ମୁହାଁମୁହିଁ ହେବେ । ବିଶ୍ୱକପ୍ ମ୍ୟାଚ୍ ନେଇ ଆଇସିସି ପକ୍ଷରୁ କ୍ରୀଡ଼ାସୂଚୀ ଜାରି ହୋଇଛି । ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର ଟି-ଟ୍ୱେଣ୍ଟି ବିଶ୍ୱକପ୍ । ନଭେମ୍ବର ୧୪ ତାରିଖ ଯାଏ ଚାଲିବ ।

କ୍ୱାଲିଫିକେସନ୍ ରାଉଣ୍ଡରେ ଖେଳିବେ ୮ଟି ଟିମ୍ । ସୁପର୍ ୧୨ ଷ୍ଟେଜକୁ ଯିବେ ଶ୍ରେଷ୍ଠ ୪ଟି ଟିମ୍ । ଅକ୍ଟୋବର ୨୩ ତାରିଖରୁ ଆରମ୍ଭ ହେବ ଅସଲ ଲଢ଼େଇ । ଦୁବାଇରେ ଅକ୍ଟୋବର ୨୪ ତାରିଖରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମୁକାବିଲା ରହିଛି । ବିଶ୍ୱକପର ଗ୍ରୁପ୍-୨ରେ ଅଛନ୍ତି ଉଭୟ ଟିମ୍ । ଏହି ଗ୍ରୁପରେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ଅଛନ୍ତି ।

ଦୁବାଇରେ ଅକ୍ଟୋବର ୩୧ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା ଓ ନଭେମ୍ବର ୪ ତାରିଖରେ ଆବୁଧାବିରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ପରେ ଦୁବାଇରେ ନଭେମ୍ବର ୫ ଓ ୮ ତାରିଖରେ ଆଉ ଦୁଇଟି ମ୍ୟାଚ୍ ରହିଛି ।

ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ । ସେହିପରି ଗ୍ରୁପ୍-୧ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଓ୍ୱେଷ୍ଟଇଣ୍ଡିଜ ଅଛନ୍ତି ।

ଭାରତର ମ୍ୟାଚ୍
ଭାରତ-ପାକିସ୍ତାନ: ଅକ୍ଟୋବର ୨୪
ଭାରତ ବନାମ ନ୍ୟୁଜିଲାଣ୍ଡ: ଅକ୍ଟୋବର ୩୧
ଭାରତ-ଆଫଗାନିସ୍ତାନ: ନଭେମ୍ବର ୩
ଭାରତ-ଈ୧ (କ୍ୱାଲିଫାୟାର): ନଭେମ୍ବର ୫
ଭାରତ-ଇ୨(କ୍ୱାଲିଫାୟାର): ନଭେମ୍ୱର ୬

Leave A Reply

Your email address will not be published.