Latest Odisha News

BREAKING NEWS

ନାସାଉ କାଂଉଟି କ୍ଲବ ପିଚ ବିପଦପୂର୍ଣ୍ଣ ବୋଲି ମାନିଲା ଆଇସିସି

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପରେ ନାସାଉ କାଂଉଟିର ପିଚ ନେଇ ଭାରତ ସମେତ ଅନ୍ୟ ଟିମଗୁଡିକ ପ୍ରଶ୍ନ ଉଠାଇଛନ୍ତି । ଏବେ ଏହି ପିଚ ମାରାତ୍ମକ ବୋଲି ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ମାନିଛି । ପିଚକୁ ଖେଳିବା ଉପଯୋଗୀ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଏହି ପିଚରେ ୨ଟି ମୁକାବିଲରେ ୧୦୦ରୁ କମ ସ୍କୋର ହୋଇଛି । ଏହା ବ୍ୟତୀତ ଅସମାନ ବାଉନ୍ସ ନେଇ ମଧ୍ୟ ମାଇକେଲ ଭନ, ଇରଫାନ ପଠାନ ଓ ସଞ୍ଜୟ ମଂଜ୍ରେକରଙ୍କ ପରି ଖେଳାଳି ଚିନ୍ତା ବ୍ୟକ୍ତ କରିଥିଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ଏହା ପୂର୍ବରୁ ପିଚ ପ୍ରସ୍ତୁତ ହୋଇ ଯାଇଥିବ ବୋଲି ଆଶା ବ୍ୟକ୍ତ କରାଯାଉଛି ।

ମୁକାବିଲା ପୂର୍ବରୁ ଏଠାରେ କାହିଁକି ଅଭ୍ୟାସ ମ୍ୟାଚ ଖେଳା ନ ଗଲା ସେ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି । ଅଷ୍ଟ୍ରେଲିଆରୁ ଏହି ଭଳି ୪ଟି ଡ୍ରପ ଇନ ମ୍ୟାଚ ମଗା ଯାଇଥିଲା । ପିଚରେ ଅଧିକ ଘାସ ରହିଛି ଏବଂ ଏହା ଫାଟିଯାଇଛି । ଏହି ସ୍ଥାନରେ ବଲ ପଡିଲେ ବ୍ୟାଟ୍ସମ୍ୟାନଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କହିଥିଲେ ।

Comments are closed.