Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ଭାରତ ବିପକ୍ଷରେ କେହି ହାସଲ କରିପାରି ନାହାନ୍ତି ଶତକ

ଫ୍ଲୋରିଡା: ରୋହିତ ଶର୍ମାଙ୍କ ନେତୃତ୍ୱରେ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସୁପର ଏଇଟରେ ପ୍ରବେଶ କରି ଟାଇଟଲ ହାସଲ ସମ୍ଭାବନା ସୃଷ୍ଟି କରିଛି । ସବୁଠାରୁ ମଜାର କଥା ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ କୌଣସି ଦେଶର ବ୍ୟାଟ୍ସମ୍ୟାନ ଶତକ ହାସଲ କରିବାରେ ସଫଳ ହୋଇ ନାହାନ୍ତି । ଅପରପକ୍ଷରେ ଭାରତର କେବଳ ଜଣେ ଖେଳାଳି ଶତକ ହାସଲ କରିପାରିଛନ୍ତି । ୨୦୧୦ରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ୯୮ ରନର ଇନିଂସ ଖେଳିଥିଲେ । ୨୦୨୨ରେ ଆଲେକ୍ସ ହେଲ୍ସ ୮୬ ରନ ସଂଗ୍ରହ କରିଥିଲେ ।

ଏଥର ଭାରତ ବିପକ୍ଷରେ କିଏ ଶତକ ହାସଲ କରିପାରୁଛନ୍ତି କି ନାହିଁ ତାହା ଦେଖିବା କଥା । ୨୦୧୦ ଟି୨୦ ବିଶ୍ୱକପରେ ସୁରେଶ ରାଇନା ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୧ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ୨୦୧୬ରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୮୯ ରନ ସଂଗ୍ରହ କରିଥିଲେ ।

Comments are closed.