Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ବର୍ଷା ନେଇ କଣ ରହିଛି ନିୟମ

କଲମ୍ବୋ: ଆଇସିସି ପୁରୁଷ ଟି୨୦ ବିଶ୍ୱକପ ଏବେ ସୁପର ଏଇଟ ପର୍ଯ୍ୟାୟରେ ପ୍ରବେଶ କରିଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଛି । ଯାହାକି କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛି । ବର୍ତମାନ ପ୍ରଶ୍ନ ଉଠୁଛି ସୁପର ଏଇଟରେ ବର୍ଷା ହେଲେ କେଉଁ ଦଳ ସେମିଫାଇନାଲରେ ପ୍ରବେଶ କରିବ । ଆସନ୍ତୁ ନଜର ପକାଇବା ଏହା ଉପରେ । ସୁପର ଏଇଟରେ ଟିମଗୁଡିକର ପଂଏଟ ସମାନ ରହିଲେ ଟାଇ ବ୍ରେକର ନିୟମ ଲାଗୁ ହେବ । ଗ୍ରୁପ ଷ୍ଟେଜରେ ଅଧିକ ବିଜୟ ହାସଲ କରିଥିବା ଟିମ ସେମିରେ ସହଜରେ ପ୍ରବେଶ କରିବ ।

ଯଦି ଏହା ମଧ୍ୟ ସମାନ ରୁହେ ତେବେ ନେଟ ରନ ରେଟ ଓ ପରସ୍ପର ବିରୋଧରେ ଅନୁଷ୍ଠିତ ମ୍ୟାଚର ପରିଣାମ ହିସାବକୁ ନିଆଯିବ । ସମସ୍ତ ମ୍ୟାଚ ଧୋଇ ହୋଇଗଲେ ଟି୨୦ ର‌୍ୟାଙ୍କିଙ୍ଗ ଆଧାରରେ ଟିମଗୁଡିକ ସେମିଫାଇନାଲରେ ପ୍ରବେଶ କରିବ । ଭାରତରେ ହେବାକୁ ଥିବା ମ୍ୟାଚରେ ବର୍ଷା ବାଧକ ସାଜି ନ ପାରେ । ଶ୍ରୀଲଙ୍କାରେ ଏବେ ବର୍ଷା ହେଉଥିବାରୁ ସେଠାରୁ ଖେଳଯାଇଥିବା ମ୍ୟାଚର ଫଳାଫଳ ପ୍ରଭାବିତ ହୋଇପାରେ ।

Leave A Reply

Your email address will not be published.