Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଦଳ ଚୟନ: ହାର୍ଦ୍ଦିକଙ୍କୁ ନେଇ ହଜାରେ ପ୍ରଶ୍ନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଘୋଷଣା କରାଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସୁଯୋଗ ମିଳିବା ସହ ଉପ ଅଧିନାୟକ ମଧ୍ୟ କରାଯାଇଛି । ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଦିନିକିଆ ବିଶ୍ୱକପରେ ଆଘାତ ପ୍ରାପ୍ତ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ହାର୍ଦ୍ଦିକ ତାଙ୍କ ସ୍ୱାଭାବିକ ଖେଳ ପ୍ରଦର୍ଶନ କରି ନାହାନ୍ତି । ତଥାପି ଚୟନ କମିଟି ତାଙ୍କୁ ଗୁରୁତ୍ୱ ଦେବା ଅନେକଙ୍କୁ ହଜମ ହୋଇ ନାହିଁ । ଅବଶ୍ୟ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ଜାତୀୟ ଟି୨୦ ଦଳର ନେତୃତ୍ୱ ନେଉଛନ୍ତି । ଏହା ତାଙ୍କୁ କିଛି ମାତ୍ରାରେ ଫାଇଦାରେ ରଖିଛି । ଏପରିକି ବିଶ୍ୱକପ ଦଳରେ ଚୟନ ହେବା ପରେ ଚଳିତ ଆଇପିଏଲରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ଗୋଲ୍ଡେନ ଡକରେ ଆଉଟ ହୋଇଛନ୍ତି । ତାଙ୍କ ଫର୍ମ ଖରାପ ଥିବା ବେଳେ ଫିଟନେସ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଅଭିଜ୍ଞତା ଓ ପେସ ବୋଲର ଅଲରାଉଣ୍ଡର ଭାବେ ଚୟନ କମିଟି ତାଙ୍କୁ ଦଳରେ ସାମିଲ କରିଛନ୍ତି । ଆଇପିଏଲରେ ସେ ଏ ପର୍ଯ୍ୟନ୍ତ ବୋଲିଂରେ ବି ସେଭଳି କିଛି କମାଲ କରି ନାହାନ୍ତି । ଏ ସବୁ ସତ୍ୱେ ହାର୍ଦ୍ଦିକ ଜଣେ ଆକ୍ରମଣାତ୍ମକ ଖେଳାଳି ଏବଂ ଅନେକ ମ୍ୟାଚରେ ଭାରତକୁ ପ୍ରଦର୍ଶନ ମାଧ୍ୟମରେ ବିଜୟୀ କରାଇଛନ୍ତି । ୱେଷ୍ଟଇଣ୍ଡିଜ ପିଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.