Latest Odisha News

BREAKING NEWS

ବିଜେଡିରୁ ଇସ୍ତଫା ଦେଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଭୁବନେଶ୍ବର: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଆନନ୍ଦପୁରର ବିଧାୟକ ଭାଗିରଥୀ ସେଠୀ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଦେଇଛନ୍ତି ।

ବିଜୁ ଜନତା ଦଳର ଜଣେ ଜଣାଶୁଣା ନେତା ଥିଲେ ଭାଗିରଥୀ ସେଠୀ । ସେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ରହିଥିଲେ । ୨୦୦୯ ଓ ୨୦୧୯ରେ ସେ ଆନନ୍ଦପୁରରୁ ବିଜେଡି ଟିକେଟରେ ନିର୍ବାଚିତ ହେଇଥିଲେ । ହେଲେ ୨୦୨୪ରେ ଦଳ ତାଙ୍କ ବଦଳରେ ଅଭିମନ୍ୟୁ ସେଠୀଙ୍କୁ ଟିକେଟ୍ ଦେଇଥିଲା । ଯାହାକୁ ନେଇ ଅସନ୍ତୋଷ ଥିଲେ ଭାଗିରଥୀ ।

ତେବେ ଭାଗିରଥୀ କେଉଁ ଦଳରେ ସାମିଲ ହେବେ ତାହା ସ୍ପଷ୍ଟ ହୋଇନଥିବାବେଳେ ଖୁବ ଶୀଘ୍ର ସେ କେଉଁ ଦଳରେ ଯୋଗଦେବେ ତାହା ସୂଚନା ଦେବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.