Latest Odisha News

ଜିମ୍ବାୱେ ବିପକ୍ଷରେ ଭାରତ ୪-୧ରେ ସିରିଜ ବିଜୟୀ

ହରାରେ: ଏଠାରେ ଅନୁଷ୍ଠିତ ଜିମ୍ବାୱେ ବିପକ୍ଷ ୫ମ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୨ ରନରେ ବିଜୟ ହାସଲ କରିଛି । ଏଥିସହ ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ୪-୧ରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ବିନିମୟରେ ୧୬୭ ରନ ସଂଗ୍ରହ କରିଥିଲା । ସଞ୍ଜୁ ସାମସନ ୪୫ ବଲରୁ ଦ୍ରୁତ ୫୮ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ ୨୬ ଓ ରିୟାନ ପରାଜ ୨୨ ରନ କରିଥିଲେ । ଜବାବରେ ଜିମ୍ବାୱେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୮.୩ ଓଭରରେ ୧୨୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଡାଏନ ମେୟର୍ସ ସର୍ବାଧିକ ୩୪ ରନ କରିଥିଲେ ।

ଭାରତ ପକ୍ଷରୁ ମୁକେଶ କୁମାର ସବୁଠାରୁ ସଫଳ ବୋଲର ଭାବେ ୪ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ ୨ଟି ଏବଂ ତୁଷାର ଦେଶପାଣ୍ଡେ, ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏଁ ୱିକେଠ ନେଇଥିଲେ । ଶିବମ ଦୁବେ ମ୍ୟାନ ଅଫ ଦି ମ୍ୟାଚ ଏବଂ ୱାଶିଂଟନ ସୁନ୍ଦର ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ ।

Comments are closed.