Latest Odisha News

BREAKING NEWS

ଅନଲାଇନରେ ବିକ୍ରୀ ହେଉଛି ଟ୍ରମ୍ପଙ୍କୁ ଗୁଳିମାଡ଼ ବେଳର ଫଟୋ ଥିବା ଟି-ସାର୍ଟ

ପେନସିଲଭାନିଆ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପେନସିଲଭାନିଆରେ ଆଜି ଆକ୍ରମଣ କରାଯାଇଥିଲା।ଆକ୍ରମଣ ପରେ ଟ୍ରମ୍ପ ହାତମୁଠା ଦେଖାଉଥିବା ଫଟୋ ବେଶ ଲୋକପ୍ରିୟ ହୋଇଯାଇଛି। ଆଉ ଯାହାର ଫାଇଦା ଉଠାଇଛି ଚୀନ।

ଚୀନ କମ୍ପାନି ଗୁଡିକ ଟ୍ରମ୍ପଙ୍କ ସେହି ହାତମୁଠା ଥିବା ଫଟୋକୁ ଟି-ସାର୍ଟରେ ଛାପି ଅନଲାଇନରେ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଯେଉଁଥିରେ ଲେଖାଅଛି, ସୁଟିଂ ମେକସ୍ ମି ଷ୍ଟ୍ରଙ୍ଗର।

ସୂଚନା ଅନୁଯାୟୀ, ଖୁବ୍ କମ ସମୟ ମଧ୍ୟରେ ଚୀନ୍ ଓ ଆମେରିକାରେ ୨୦୦୦ରୁ ଅଧିକ ଟି-ସାର୍ଟ ବିକ୍ରି ହୋଇଛି।

ଉଲ୍ଲେଖଯୋଗ୍ୟ, ପେନସିଲଭାନିଆରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ପ୍ରଚାର କରୁଥିଲେ। ପ୍ରଚାର ସମୟରେ ଜନତାଙ୍କୁ ସମ୍ବୋଧନ କରୁଥିବା ବେଳେ ହଠାତ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଗୁଳିମାଡ ପରେ ଟ୍ରମ୍ପ ପୋଡିୟମ ତଳେ ବସିପଡିଥିଲେ। ସେପଟେ ଟ୍ରମ୍ପଙ୍କ ସିକ୍ୟୁରିଟି ଗାର୍ଡ ତାଙ୍କୁ ସଙ୍ଗେ ସଙ୍ଗେ ଘେରି ନେଇଥିଲେ। ତେବେ ଟ୍ରମ୍ପଙ୍କ କାନ ଓ ଗାଲରେ ରକ୍ତ ଛିଟା ଲାଗିଥିବା ବେଳେ ତାଙ୍କ କାନରେ ଗୁଳି ବାଜିଥିବା ସନ୍ଦେହ କରାଯାଉଛି। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେ ବିପଦମୁକ୍ତ। ବର୍ତ୍ତମାନ ଏଫବିଆଇ ଏହି ଘଟଣାର ତଦନ୍ତ କରୁଛି।

Comments are closed.