Latest Odisha News

BREAKING NEWS

କନିକା ଧିଲନଙ୍କ ସହ ନୂଆ ଫିଲ୍ମ ଘୋଷଣା କଲେ ତାପସୀ, ପ୍ରେକ୍ଷାଳୟରେ ରିଲିଜ ହେବ ନାହିଁ ‘ଗାନ୍ଧାରୀ’

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି। ‘ହସିନ୍ ଦିଲରୁବା, ଫିର ଆଇ ହସିନ୍ ଦିଲରୁବା ଏବଂ ରଶ୍ମି ରକେଟ୍’ ପରେ ତାପସୀ ପନ୍ନୁ ପୁଣି ଥରେ କାନିକା ଧିଲନଙ୍କ ସହ ହାତ ମିଳାଇଛନ୍ତି । ସେ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଘୋଷଣା କରିଛନ୍ତି।

କନିକା ରୋମାଣ୍ଟିକ ଏବଂ ଥ୍ରୀଲର ଚଳଚ୍ଚିତ୍ରରେ ତାପସୀଙ୍କ ସହ କାମ କରିଛନ୍ତି । ଏବେ କାନିକାଙ୍କ ଦ୍ୱାରା ଲିଖିତ ଆକ୍ସନ୍ ଚଳଚ୍ଚିତ୍ରରେ ତାପସୀଙ୍କ ଆକ୍ସନ ଅବତାରରେ ଦେଖିବାକୁ ମିଳିବ। ତାପସୀ ପନ୍ନୁଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି ଗାନ୍ଧାରୀ। ସେପ୍ଟେମ୍ବର ୧୦ ରେ କନିକା ଧିଲନଙ୍କ ସହ ନୂଆ ଫିଲ୍ମ ଘୋଷଣା କଲେ ତାପସୀ। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି। ତାପସୀ ପନ୍ନୁଙ୍କ ଗାନ୍ଧାରୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନାହିଁ । ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।

ତେବେ ସୋସିଆଲ ମିଡିଆରେ ଭିଡିଓ ସହ ଏକ ଫଟୋ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ତାପସୀ ପନ୍ନୁ ଏବଂ କନିକା ଧିଲନ୍ ଏକାଠି ପୋଜ୍ କରୁଥିବା ନଜର ଆସିଛନ୍ତି । ଚଳଚ୍ଚିତ୍ର ଘୋଷଣା ପୋଷ୍ଟ ସହିତ ଥିବା କ୍ୟାପସନରେ ଲେଖାଥିଲା, “ସୁନ୍ଦର ଲେଖକ ଏବଂ ଅଭିନେତ୍ରୀ ପୁଣି ଫେରି ଆସିଛନ୍ତି । କନିକା ଧିଲନ୍ ଏବଂ ତାପସୀ ପନ୍ନୁ ଏକ ଆକ୍ସନ୍ ଥ୍ରୀଲର ସହ ଫେରିଛନ୍ତି।”

ଫିଲ୍ମର ରିଲିଜ୍ ତାରିଖ ଏବଂ ବାକି ଷ୍ଟାର୍ କାଷ୍ଟ ଘୋଷଣା କରାଯାଇନାହିଁ। ତାପସୀ ଏହି ଫିଲ୍ମରେ ଜଣେ ମାତା ଭୂମିକାରେ ଅଭିନୟ କରିବେ। କନିକା ଧିଲନ୍ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି । ଫିଲ୍ମଟି ମାଆ ଏବଂ ପିଲାଙ୍କ ମଧ୍ୟରେ ଥିବା ଗଭୀର ପ୍ରେମ ଏବଂ ସମ୍ପର୍କ ବିଷୟରେ ଦର୍ଶାଯାଇଛି ।

Comments are closed.