ମୁମ୍ବାଇ: ‘ରଶ୍ମୀ ରକେଟ୍’ ଚଳଚ୍ଚିତ୍ରର ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ହେଟରଙ୍କୁ ଦେଇଛନ୍ତି କଡା ଜବାବ, ଯାହା ଏବେ ଇନଷ୍ଟାଗ୍ରାମରେ ପାଲଟିଛି ଚର୍ଚ୍ଚାର ବିଷୟ।
ତାପସୀଙ୍କ ଇନଷ୍ଟାଗ୍ରାମର ଏକ ପୋଷ୍ଟରେ ଜଣେ ହେଟର୍ ଲେଖିଛନ୍ତି ଯେ, “ତୁଝେ ଆକ୍ଟିଂ ତୋ ଆତି ନେହିଁ, ଉଠା ଉଠା କେ ମୁଭି କରତି ହେ”। “ତାପସୀ ଜଣେ ହିରୋଇନ୍ ଯିଏ ଅଭିନୟ ଜାଣନ୍ତି ନାହିଁ” ବୋଲି ତାଙ୍କ ହେଟର ଲେଖିଛନ୍ତି।
ଏଥିରେ ତାପସୀ ପ୍ରତି ଉତ୍ତର ଦେଇଛନ୍ତି, “ମୁଁ ମୋ ଷ୍ଟାଣ୍ଡାର୍ଡ ଉଠେଇଛି, କିନ୍ତୁ ଆପଣଙ୍କୁ ବୋଧହୁଏ ଏହା ବୁଝା ପଡିବ ନାହିଁ”।
ଏହାସତ୍ତ୍ୱେ ମଧ୍ୟ ହେଟର ତାପସୀଙ୍କୁ ଟ୍ରୋଲ କରିବାରେ ଲାଗିଲେ, ତାପସୀ ଏହାର ଉତ୍ତରରେ କହିଛନ୍ତି ଯେ, ତୁମେ ୪ ,୫ ଥର ଆହୁରି ଲେଖ ହୁଏତ ମୁଁ ମାନି ଯିବି।
ହେଟରଙ୍କୁ ଉତ୍ତର ଦେବା କାହିଁକି ଜରୁରୀ ବୋଲି ବ୍ୟାଖ୍ୟା କରି ତାପସୀ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଭିଡିଓ ପୋଷ୍ଟ କରି ଏହାର କ୍ୟାପସନ୍ ଦେଇଛନ୍ତି; ଆପଣ ପାଇଥିବା ସମସ୍ତ ଅପବ୍ୟବହାରକୁ ଅଣଦେଖା କରନ୍ତୁ ଯାହା ଦ୍ଵାରା ଅନ୍ୟ ଝିଅ ମାନେ ଏହାର ମୁକାବିଲା କରିପାରିବେ। ”
Comments are closed.