Latest Odisha News

BREAKING NEWS

ଓସ୍କାର ପୁରସ୍କାର: ବିଦେଶୀ ଫିଲ୍ମ କାଟାଗୋରିରେ ଭାରତରୁ ଜଲ୍ଲିକଟ୍ଟୁ

ନୂଆଦିଲ୍ଲୀ: ୯୩ତମ ଓସ୍କାର ଏକାଡେମୀ ପୁରସ୍କାର ୨୫ ଏପ୍ରିଲ ୨୦୨୧ରେ ଲସ ଆଞ୍ଜେଲ୍ସରେ ଦିଆଯିବ । ବିଦେଶୀ ଫିଲ୍ମ କାଟାଗୋରୀରେ ଭାରତ ପକ୍ଷରୁ ମାଲାୟଲମ ଫିଲ୍ମ ଜଲ୍ଲିକଟ୍ଟୁକୁ ମନୋନୀତ କରାଯାଇଛି । ଫିଲ୍ମ ଫେଡେରେଶନ ଅଫ ଇଣ୍ଡିଆର ୧୪ଜଣିଆ କମିଟି ଏହାକୁ ଚୟନ କରିଛନ୍ତି । ଚେୟାରମ୍ୟାନ ରାହୁଲ ରୱେଲଙ୍କ ମତରେ ଏହା ଏ ଭଳି ଏକ ଫିଲ୍ମ ମଣିଷ ମଧ୍ୟରେ ଥିବା ସମସ୍ତ ସମସ୍ୟାକୁ ପଦାକୁ ଆଣିବାରେ ସଫଳ ହୋଇଛି । ଲିଜୋ ଜୋସ ପେଲସରୀ ଏହାକୁ ନିର୍ଦ୍ଦେଶନା ଦେଇଥିଲେ ।

ମେଘନା ଗୁଲଜାରଙ୍କ ଛପାକ, ସୁଜିତ ସରକାରଙ୍କ ଗୁଲାବୋ ସିତବୋ, ସଫଦର ରହନାଙ୍କ ଚିପ୍ପା, ହଂସଲ ମେହେଟ୍ଟାଙ୍କ ଛଲାଙ୍ଗ, ବିଧୁ ବିନୋଦ ଚୋପ୍ରାଙ୍କ ଶିକାରା ପରି ଫିଲ୍ମକୁ ଜଲ୍ଲିକଟ୍ଟୁ ପଛରେ ପକାଇଥିଲା । ଫରେନ ଲାଙ୍ଗୁଏତ କାଟାଗୋରିରେ ଭାରତକୁ ଏ ପର୍ଯ୍ୟନ୍ତ କୌଣସି ପୁରସ୍କାର ମିଳି ନାହିଁ ।

Leave A Reply

Your email address will not be published.