Latest Odisha News

BREAKING NEWS

‘ତାରକ୍‌ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ ନିର୍ମାତା ଅସିତ ମୋଦୀ କରୋନା ଆକ୍ରାନ୍ତ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ସୋ ‘ତାରକ ମେହେଟା କା ଉଲଟା ଚାଷ୍‌ମା’ର ନିର୍ମାତା ଅସିତ କୁମାର ମୋଦୀ କରୋନା ସଂକ୍ରମିତ ହୋଇଛନ୍ତି। ଅସିତ ମୋଦୀ କହିଛନ୍ତି ଯେ କରୋନାର ଲକ୍ଷଣ ଅନୁଭବ କରିବା ପରେ ସେ ନିଜେ କରୋନା ପରୀକ୍ଷା କରାଇଥିଲେ, ଯାହାର ରିପୋର୍ଟ ସକରାତ୍ମକ ଆସିଛି। ଏହା ପରେ ସେ ଘରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି। ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସେ ସଙ୍ଗରୋଧରେ ରହିବାକୁ ନିବେଦନ କରିଛନ୍ତି।

ସରକାରଙ୍କ କରୋନା ନିୟମାବଳୀ ଏବଂ ସତର୍କତା ଅବଲମ୍ବନ କରିବାକୁ ଅସିତ ମୋଦୀ ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, “କରୋନା ଭୂତାଣୁର କିଛି ଲକ୍ଷଣ ଜାଣିବା ପରେ ମୁଁ ନିଜର ପରୀକ୍ଷା କଲି ଏବଂ ରିପୋର୍ଟଟି ସକାରାତ୍ମକ ଆସିଛି। ମୁଁ ସଙ୍ଗରୋଧରେ ରହିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସତର୍କତା ଏବଂ ନିୟମ ଅନୁପାଳନ କରିବାକୁ ମୁଁ ପ୍ରାର୍ଥନା କରୁଛି। “

Comments are closed.