Latest Odisha News

BREAKING NEWS

ଲୋକପ୍ରିୟ ଅଭିନେତ୍ରୀ ତବସୁମଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ବରିଷ୍ଠ ଅଭିନେତ୍ରୀ ତବସୁମଙ୍କ ଆଜି ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ହାର୍ଟ ଆଟାକ ଆସିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଜଣେ ଶିଶୁ କଳାକାର ଭାବେ ସେ ୧୯୪୭ରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ସେ ସମୟରେ ତବସୁମ ଶିଶୁ କଳାକାର ଭାବେ ବେଶ ନାମ ମଧ୍ୟ କମେଇଥିଲେ । ଏହା ପରେ ସେ ଅନେକ ଫିଲ୍ମ ଏବଂ ଟିଭି ସିରିୟଲରେ ମଧ୍ୟ ଅଭିନୟ କରିଛନ୍ତି । ୨୦୨୧ରେ ତାଙ୍କ ମୃତ୍ୟୁ ଗୁଜବ ଉଠିଥିଲା ।

BjdElectrycity

ସେ ସୋସିଆଲ ମିଡିଆରେ ନିଜେ ପୋଷ୍ଟ କରି ଏହାକୁ ଫେକ ବୋଲି ପ୍ରମାଣ କରିଥିଲେ । ଅରୁଣ ଗୋଭିଲଙ୍କ ଭାଇ ବିଜୟଙ୍କୁ ସେ ବିବାହ କରିଥିଲେ । ଫୁଲ ଖିଲେ ହେଁ ଗୁଲଶନ ଗୁଲଶନ ଶୋ ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇଥିଲେ । ତାଙ୍କ ବିୟୋଗରେ ପ୍ରଶଂସକ ଏବଂ କଳାକାର ମହଲରେ ଶୋକର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.