Latest Odisha News

BREAKING NEWS

ପରଲୋକରେ ଲେଖିକା କୁମୁଦଲତା ମହାନ୍ତି

ଭୁବନେଶ୍ବର: ବିଶିଷ୍ଟ ଲେଖିକା କୁମୁଦଲତା ମହାନ୍ତିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସ୍ଵର୍ଗତଃ ମହାନ୍ତି ସାହିତ୍ୟର ପ୍ରାୟ ସବୁ ବିଭାଗରେ ଲେଖନୀ ଚାଳନା କରି ବିପୁଳ ପାଠକୀୟ ଶ୍ରଦ୍ଧା ସାଉଁଟିଥିଲେ। ବିଶେଷ ଭାବରେ ଶିଶୁ ସାହିତ୍ୟ ରଚନା ସହ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ଵୀକୃତିପ୍ରାପ୍ତ ଗୀତିକାର ଭାବରେ ବେଶ ସୁନାମ ଅର୍ଜନ କରିଥିଲେ। ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ହୋଇଥିଲେ।

ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.