Latest Odisha News

BREAKING NEWS

ବିଶ୍ୱର ଏକ ନମ୍ବର ଟେନିସ ଖେଳାଳିଙ୍କ ଅଣ୍ଡରଓୟାର ଚୋରାଇ ନେଲେ ଫ୍ୟାନ୍ସ

ବେଜିଂ: ଅନେକ ସମୟରେ ଫ୍ୟାନ୍ସମାନଙ୍କ ପାଇଁ ସେଲିବ୍ରିଟିମାନେ ଅସୁବିଧାରେ ପଡିଥାନ୍ତି । ଅଜବ ଅଜବ ହରକତ କରନ୍ତି ଫ୍ୟାନ୍ସମାନେ । ହେଲେ ଫ୍ୟାନ୍ସ ଏଇ ଟେନିସ ପ୍ଲେୟାରଙ୍କୁ ଯେମିତି ହରକତ କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।   ହୋଟେଲ ଭିତରେ ପଶି ଖେଳାଳି ରହୁଥିବା ରୁମରୁ ଫ୍ୟାନ୍ସ ତାଙ୍କର ଅଣ୍ଡରଓୟାର ନେଇ ଯାଇଛନ୍ତି । ଏଥିପାଇଁ  ଅସୁବିଧାରେ ପଡି ଯାଇଛନ୍ତି ବିଶ୍ୱର ଏକ ନମ୍ବର ଟେବୁଲ ଟେନିସ ପ୍ଲେୟାର ଫ୍ୟେନ ଜେନଡାଙ୍ଗ ।

ଫ୍ୟାନ୍ସ ଜେନଡାଙ୍ଗ ରହୁଥିବା ରୁମ ଭିତରୁ  ଜେନଡାଙ୍ଗଙ୍କ ଅଣ୍ଡର ଚୋରି ହୋଇ ଯାଇଥିଲା । ଏହାକୁ ଜଣେ ମହିଳା ଫ୍ୟାନ୍ସ ନେଇଥିବା ଜେନଡାଙ୍ଗ ଅଭିଯୋଗ କରିଥିଲେ । ଜେନଡାଙ୍ଗଙ୍କ କହିବା ଅନୁଯାୟୀ, ସେ ତାଙ୍କ ରୁମରେ ଥିବାବେଳେ ଜଣେ ମହିଳା ଜବରଦସ୍ତ ପଶି ଆସିଥିଲେ  ଏବଂ ତାଙ୍କର ଅଣ୍ଡରଓୟାର ନେଇ ପଳାଇ ଯାଇଥିଲେ । । ଏହା ପରେ ସେ ପୋଲିସରେ ଅଭିଯୋଗ କରିଥିଲେ । ଏହି ଘଟଣା ଚୀନର ରାଜଧାନୀ ବେଜିଂର ଏକ ହୋଟେଲରେ ଘଟିଛି । ଏ ନେଇ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଖବର ପ୍ରକାଶ ପାଇଛି ।

ଜେନଡାଙ୍ଗ ଏକଥା ବି କହିଛନ୍ତି, ଉକ୍ତ ମହିଳାଜଣକ ଅନେକ ଦିନ ଧରି ତାଙ୍କର ପିଛା କରୁଥିଲେ ।ଏପ୍ରିଲ ୬ ତାରିଖ ସକାଳେ ସେ ହୋଟେଲ ରିସେପସନରୁ ଚାବି କାର୍ଡ ଆଣିବା ପରେ ମହିଳାଜଣକ ଅନେକ ଥର ତାଙ୍କ ରୁମକୁ ପଶି ଆସିଥିଲେ । ଏ ବିଷୟରେ ରୁମ ସଫା କରୁଥିବା କର୍ମଚାରୀ ବି ଜାଣନ୍ତି ବୋଲିସ ଜେନଡାଙ୍ଗ କହିଛନ୍ତି । ଏହାବ୍ୟତୀତ ସିସି କ୍ୟାମେରା ଦେଖିଲେ ସବୁ ଜଣାପଡିବ ବୋଲି ସେ କହିଛନ୍ତି । ତେବେ ଅଣ୍ଡରଓୟାର ନେବା ପରଠାରୁ ମହିଳା ଜଣକ ଫେରାର ହୋଇ ଯାଇଥିଲେ ।

ଜେନଡାଙ୍ଗ ତାଙ୍କ ପ୍ରଶସଂକଙ୍କୁ ଆବେଦନ କରିଛନ୍ତି, ଦୂରତା ରଖନ୍ତୁ । ଫେନଡମ ସଂସ୍କୃତି ପରିତ୍ୟାଗ କରନ୍ତୁ। ଏହାଦ୍ୱାରା ବ୍ୟକ୍ତିଗତ ଭାବେ ତାଙ୍କର ବହୁତ କ୍ଷତି ହେଉଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରିବା ଉପରେ ସେ କଟକଣା ଜାରି ରଖିଛନ୍ତି ।

 

Leave A Reply

Your email address will not be published.