କବିତା:ସବୁ ତୁମ ପାଇଁ
ଅମ୍ବିକେଶ ରାଉତ
ତୁମେ ହସ
କେବେ ଲୁହ
କେବେ ସମୁଦ୍ରଏ କୋହ
ତ ପୁଣି କେବେ ମୋ ବଞ୍ଚିବାର ମୋହ ।
ମୁଁ ଭାଙ୍ଗେ ତୁମକୁ
ତୁମେ କିନ୍ତୁ ଗଢିଛ
ଗଢି ଚାଲିଛ ଅହରହ ।
ମୁଁ ଡରେ, ଡରାଏ
ତୁମେ କିନ୍ତୁ ବୁଝ, ବୁଝାଅ
କେବେ ମୁଁ ନିଆଁ ହେଲେ, ତୁମେ ଜଳ
ମୁଁ ତ ଅବୁଝା , ତୁମେ ବି ହେଲ ।…