କବିତା : ହିତୈଷୀ
ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ
ପଥ ଦୁର୍ଗମ ହେଉ ଅବା ସୁଗମ
ଚାଲିବାକୁ ହୁଏ..
ଚାଲୁ ଚାଲୁ ଭେଟି ହୁଏ,
ସମୟ,ସମ୍ପର୍କର
ଦୋଦୁଲ୍ୟମାନ ସ୍ତୁପକୁ ।
ଚିନ୍ହି ହୁଏ...
ପର ଆପଣାର ଭାବକୁ ,
ପରଖି ହୁଏ...
ସହଯୋଗ ,ଅସହଯୋଗର
ହାତକୁ ।
କିଏ ହାତ ଆଗକୁ ବଢ଼ାଏ ତ..
କିଏ ନେଇ ଯାଉଥାଏ…