କବିତା:ପ୍ରେମିକ
ଦିପୁନ୍ ପୁହାଣ
ଶେଷକୁ
ମୁଁ ତା'ର ନାଁ ଦେଲି 'ନଦୀ',
ସେ ଖାଲି ଅଳପ ହସିଲା
ଓ ବୋଧ ଦିଆ କୁନି ଶିଶୁଟି ପରି
ବହିଗଲା ମୋ ଅନୁର୍ବର ଭୂମିଖଣ୍ଡ ଉପରେ..
ଆରମ୍ଭରୁ ମୁଁ ତାକୁ 'ଜହ୍ନ' ବୋଲି ଡାକିଥିଲି,
ଅତୁଟ ସ୍ନେହରେ..
ସେତେବେଳେ ସେ ସତେଜ ଦିଶୁଥିଲା,
ତା' ଦେହଯାକ ଭରିଥିଲା…