ହେ ଦୀନବନ୍ଧୁ…
ଜୟଶ୍ରୀ ଦାଶ
ଆଶାର ବାରିଧି କ୍ଷମାର ଜଳଧି
କରୁଣାକର ସାତସିନ୍ଧୁ,
ତୁମେ ଦୀନବନ୍ଧୁ ଭକ୍ତ ଜନବନ୍ଧୁ
ବର୍ଷୁଥିବ କୃପାବିନ୍ଦୁ ।
ନୁହେଁ ପ୍ରେମମୟୀ ବୃଷଭାନୁ ଜେମା
ଅବା କୃଷ୍ଣପ୍ରାଣ ମୀରା,
ତୋ ପାଦ ଯୁଗଲେ ସମର୍ପି ଦେଇଛି
ମୋର ଜୀବନ ପସରା ।
ଦୁଃଖ ଦରିଆରେ ତୋର ନାମ ଧ୍ୟାୟୀ…