କବିତା : କର୍ମ ହିଁ ବ୍ରତ
କିରଣମୟ ସେନାପତି
ଦୁଇ ଦିନ ଏଇ ମଣିଷ ଜୀବନ
ଦିଅ ସତ୍ୟ ବ୍ୟବହାର
ଅନ୍ୟାୟ ଅନୀତି ମୋହ ମାୟା ସବୁ
କର ତୁମେ ତିରଷ୍କାର ।
ମୃତ୍ୟୁ ଚିହ୍ନେ ନାହିଁ ଧନୀ କି ଗରିବ
ସଭିଙ୍କୁ ନିଏ କୋଳେଇ
ତେବେ କିମ୍ପା କର ଗର୍ବ ଅହଙ୍କାର
ବିବେକ ଜ୍ଞାନ ହଜେଇ ।
ଅରଜିଲା ଧନ କ୍ଷଣସ୍ଥାୟୀ ଅଟେ…