Latest Odisha News

BREAKING NEWS

କବିତା : କର୍ମ ହିଁ ବ୍ରତ

କିରଣମୟ ସେନାପତି

ଦୁଇ ଦିନ ଏଇ ମଣିଷ ଜୀବନ
ଦିଅ ସତ୍ୟ ବ୍ୟବହାର
ଅନ୍ୟାୟ ଅନୀତି ମୋହ ମାୟା ସବୁ
କର ତୁମେ ତିରଷ୍କାର ।

ମୃତ୍ୟୁ ଚିହ୍ନେ ନାହିଁ ଧନୀ କି ଗରିବ
ସଭିଙ୍କୁ ନିଏ କୋଳେଇ
ତେବେ କିମ୍ପା କର ଗର୍ବ ଅହଙ୍କାର
ବିବେକ ଜ୍ଞାନ ହଜେଇ ।

ଅରଜିଲା ଧନ କ୍ଷଣସ୍ଥାୟୀ ଅଟେ
କର୍ମକୁ କର ସଞ୍ଚୟ
କର୍ମବଳେ ସିନା ଜନ୍ମ ଜନ୍ମାପାଇଁ
ହୋଇବ ସଦା ଅକ୍ଷୟ ।

ଯମଦଣ୍ଡ ଦିନେ ଅବଶ୍ୟ ମିଳିବ
ଏଣୁ ରୁହ ହେ ସତର୍କ
କୁକର୍ମର ଫଳ ଅବଶ୍ୟ ଭୋଗିବ
ମିଳିବ ତୁମକୁ ନର୍କ ।

ଈଶ୍ବର ପ୍ରାପ୍ତି ହିଁ ମଣିଷର ଧର୍ମ
କୁହେ ଗୀତା ଭାଗବତ
ବେଳ ଥାଉ ଥାଉ ପ୍ରଭୂ ନାମ ଭଜ
ପାଳ ତୁମ କର୍ମବ୍ରତ ।

Leave A Reply

Your email address will not be published.