କବିତା : ପାହାଡ଼
ପ୍ରଦୀପ ପଣ୍ଡା
ସେ ଓ ମୁଁ ବସିଥାଉ ପୃଥିବୀର ସୀମାନାରେ
ମୋର ହେବାଯାଏଁ ଅନ୍ତର୍ହିତ।
ମୁଁ, ମୁଁ ନଥାଏ ଓ ସେ କଦାଚିତ ସେ ନଥାଏ
ଆମେ ବସିଥିବା ଯାଏଁ।
ପକ୍ଷୀମାନେ ଉଡନ୍ତି ମେଘମାନେ ବି
ପତ୍ରମାନେ କୋଳାକୋଳି ହୁଅନ୍ତି ପବନରେ,
ତା'ର ଓ ମୋର
ପକ୍ଷୀମାନେ ମେଘମାନେ ପତ୍ରମାନେ।…