କବିତା : ପ୍ରିୟତମା ଆଉ ସ୍ମୃତି
ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ
ଦେଖ, ସରି ଯାଏ ସମ୍ପର୍କ ଆୟୁଷ
ପ୍ରିୟତମାର ଆହତ ବାକ୍ୟରେ
କିଛି ଅତୀତ ସ୍ମୃତି ହୋଇ ଫେରେ
କିଛି ରହେ ତୁଚ୍ଛା ଆଶ୍ୱାସନାରେ।
କେବେ ଦିନେ ମହାର୍ଘ୍ୟ ଲାଗିଥିଲା
ପ୍ରିୟତମା ସହ ଅନୁଭୂତି;
ସେଇ ପ୍ରେମ ସବୁ ଲୁହ ହୋଇଗଲା
ପୁଣି ଥଣ୍ଡା ପଡ଼ିଗଲା ଛାତି।…