କବିତା : ପ୍ରିୟତମା ଆଉ ସ୍ମୃତି

ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ

ଦେଖ, ସରି ଯାଏ ସମ୍ପର୍କ ଆୟୁଷ
ପ୍ରିୟତମାର ଆହତ ବାକ୍ୟରେ
କିଛି ଅତୀତ ସ୍ମୃତି ହୋଇ ଫେରେ
କିଛି ରହେ ତୁଚ୍ଛା ଆଶ୍ୱାସନାରେ।

କେବେ ଦିନେ ମହାର୍ଘ୍ୟ ଲାଗିଥିଲା
ପ୍ରିୟତମା ସହ ଅନୁଭୂତି;
ସେଇ ପ୍ରେମ ସବୁ ଲୁହ ହୋଇଗଲା
ପୁଣି ଥଣ୍ଡା ପଡ଼ିଗଲା ଛାତି।

ପ୍ରିୟତମା ପାଇଁ ଛାଡି ଆସିଥିଲି
ଆପଣା ଚିହ୍ନିତ ସହର
ଚାଲିଗଲା ପରେ ସ୍ମୃତି ସହ ଏବେ
ଜୀବନ ଟା ଖାଲି ଜହର।

ବିତି ଯାଇଛି କେତେ ଝଡ଼ ଝଞ୍ଜା
ବାକି ରଖି ଦରଭଙ୍ଗା ସପନ
ଆସିଛି ଶ୍ରାବଣ ଫେରିଛି ଫଗୁଣ
ଥିବା ନଥିବା ସବୁ ସମାନ।

ସହଦେବଖୁଣ୍ଟା, ବାଲେଶ୍ଵର
୭୫୬୦୦୧