କବିତା : ଡାଏରୀ
ଶୈଳେନ୍ଦ୍ର ନାରାୟଣ ବେହେରା
ସେ ତ ମୋରି ସୃଷ୍ଟି
ମୋ ଚେତନାର କମଳିନୀ ,
ମୋ ଅନୁଭୂତିର ସ୍ପର୍ଶକାତର ବିପ୍ଲବିନି
ମୋ କଳ୍ପନାର ସମାନ୍ତରାଳ ଚୌହଦୀ
ମୋ ଆବେଗର ରଞ୍ଜିତ ବର୍ଣ୍ଣାବଳୀ
ମୋ ଡାଏରୀ !
ଉଦ୍ଭ୍ରାନ୍ତ ପଥିକ ତ ନୁହଁ ମୁଁ !
ଦିଗହଜା ନାବିକର ମଜବୁରି ତ ନାହିଁ ମୋଠି !…