କବିତା : ଡାଏରୀ

ଶୈଳେନ୍ଦ୍ର ନାରାୟଣ ବେହେରା 

ସେ ତ ମୋରି ସୃଷ୍ଟି
ମୋ ଚେତନାର କମଳିନୀ ,
ମୋ ଅନୁଭୂତିର ସ୍ପର୍ଶକାତର ବିପ୍ଲବିନି
ମୋ କଳ୍ପନାର ସମାନ୍ତରାଳ ଚୌହଦୀ
ମୋ ଆବେଗର ରଞ୍ଜିତ ବର୍ଣ୍ଣାବଳୀ
ମୋ ଡାଏରୀ !

ଉଦ୍ଭ୍ରାନ୍ତ ପଥିକ ତ ନୁହଁ ମୁଁ !
ଦିଗହଜା ନାବିକର ମଜବୁରି ତ ନାହିଁ ମୋଠି !
ଖାଲି ଥୁଣ୍ଟା ତାଳଗଛ ଅସମାପ୍ତ ଖାପଛଡ଼ା
ରାସ୍ତା କଡର ଏକୁଟିଆ ଠିଆ ଆଚୁଗଛର
ଅନ୍ତହୀନ ସଲିଲକି
ମୋ ଭାବନାର ନଦୀବନ୍ଧ
ମୋ ଡାଏରୀ !

ସତ୍ୟ ମୋର ମୂଳମନ୍ତ୍ର ଏଥିରେ
ଖାଲି ରଙ୍ଗଦେଇ କଳ୍ପନାର
ସୁନ୍ଦର କରିବାର ପ୍ରୟାସ ,
ମିଛର ଅବକାଶ ନାହିଁ ଏଠି
ସବୁ ମୋ ଜୀବନର ଗୋଟେ ଗୋଟେ ଖାଲି ପୃଷ୍ଠା
ସବୁରି ଭିତରେ ମୁଁ ,
ହେଲେ ଭଗବାନ ନୁହଁ ମୁଁ
ମୁଁ ଯେ ମୋ ସୃଷ୍ଟିର ସ୍ରଷ୍ଟା ,
ମୋ ସୃଷ୍ଟି ,  ମୋ ଡାଏରୀ !!!!!

ଭୁବନେଶ୍ବର