କବିତା : ବିବଶତା
ସୁଜିତ କୁମାର ସତପଥି
ଯୋଉଠି ଘଡ଼ିଏ ଅଟକି ଯାଏ
ଯାହାକୁ ଅତିକ୍ରମି ଗୋଟେ ନିଶ୍ବାସରେ ଧାଇଁଯାଏ
ତାହା ମୋର ବିବଶତା ନୁହଁ ।
ମୋର ବିବଶତା ଏହା ଯେ
ସଠିକ୍ ଭାବେ ମୁଁ ଚିହ୍ନିପାରିଲିନି ପାଦକୁ
କି ଜାଣିପାରିଲିନି ଯେ
ଏ ରାସ୍ତା କୋଉଠିକୁ ଯାଏ ।
ଚାଲୁ ଚାଲୁ ସେମିତି ଭେଟହୁଏ…