ଭୁବନେଶ୍ବର: କୁକୁରଙ୍କ ସଂଖ୍ୟା ଜାଣିବା ପାଇଁ ରାଜଧାନୀରେ ହେବ ଡଗ୍ ସେନସସ । ରାଜଧାନୀ ଭୁବନେଶ୍ୱରରେ ଉଭୟ ବୁଲା ଏବଂ ପୋଷା କୁକୁର ଗଣନା ହେବ ବୋଲି ଶୁକ୍ରବାର BMC ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।
ବିଏମ୍ସି ମେୟର କହିଛନ୍ତି;କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ବିଏମ୍ସି ପାଖରେ କୁକୁରଙ୍କ ସମସ୍ତ ତଥ୍ଯ ରହିବ । ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ସବୁ ତଥ୍ୟ ରହିବ । ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ । ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସୁରକ୍ଷିତ ରହିବେ।
ଆଜି ସୁପ୍ରିମ୍କୋର୍ଟ କୁକୁର ପ୍ରେମୀଙ୍କ ସପକ୍ଷରେ ବଡ଼ ରାୟ ଶୁଣାଇଛନ୍ତି। । ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ବୁଲୁଥିବା ସମସ୍ତ ବୁଲା କୁକୁରଙ୍କୁ ଧରି ପ୍ରଥମେ ଆଶ୍ରୟ ସ୍ଥଳ ନିଆଯିବ । ସେଠାରେ ତାଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ପୁନଶ୍ଚ ମୁକ୍ତ କରାଯିବ । ତେବେ, ସର୍ବସାଧାରଣ ସ୍ଥାନରେ ଖାଦ୍ୟ ଦେବା ନିଷେଧ ଏବଂ ନିର୍ଦ୍ଦିଷ୍ଟ ଖାଦ୍ୟ ସ୍ଥାନରେ ମାତ୍ର ଖାଦ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.