Latest Odisha News

BREAKING NEWS

୧୮ ଦିନିଆ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ

ମୁମ୍ବାଇ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଭାରତ ଅଣାଯିବା ପରେ ଗୁରୁବାର (୧୦ ଏପ୍ରିଲ, ୨୦୨୫) ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଆତଙ୍କବାଦୀ ତହବୁର ରାଣାକୁ ୧୮ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି। ଏନଆଇଏ କୋର୍ଟରେ ରାଣାଙ୍କ ୨୦ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ତଦନ୍ତକାରୀ ସଂସ୍ଥା କହିଛି ଯେ ପଚରାଉଚରା ପାଇଁ ତହବୁଙ୍କ ରିମାଣ୍ଡ ଜରୁରୀ।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କୁ ଭାରତ ଅଣାଯିବା ପରେ ବିମାନବନ୍ଦରରେ ହିଁ ଏନଆଇଏ ପକ୍ଷରୁ ଔେପଚାରିକ ଭାବେ ଗିରଫ କରାଯାଇଥିଲା । ପରେ ବିଳମ୍ବିତ ରାତିରେ କଡା ସୁରକ୍ଷାବଳୟ ମଧ୍ୟରେ ପଟିଆଲା ହାଉସରେ ଏହି ଆତଙ୍କୀକୁ ହାଜର କରାଯାଇଥିଲା।

ତେବେ ୧୮ଦିନର ରିମାଣ୍ଡ ପାଇଁ ଅନୁମତି ଦେବା ପରେ ରାତିରେ ହିଁ ତହବୁରକୁ ଏନଆଇଏ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି। ଏନଆଇଏ ଅଧିକାରୀ ତହବୁର ରାଣାକୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକାକୁ ନେଇ ପଚରାଉଚରା କରିବେ। ଜେରା ବେଳେ ମୁମ୍ୱାଇ ଆକ୍ରମଣକୁ ନେଇ ତହବୁର ରାଣା ମୁହଁରୁ ନୂଆ ତଥ୍ୟ ମିଳିବା ଆଶା କରାଯାଉଛି।

୧୯୬୧ରେ ପାକିସ୍ତାନର ପଞ୍ଜାବରେ ଜନ୍ମ ହୋଇଥିଲା ଏହି କୁଖ୍ୟାତ ଆତଙ୍କୀ। ତହବୁର ରାଣା ପେଷାରେ ଜଣେ ଡାକ୍ତର। ଆତଙ୍କୀ ସଂଗଠନ ଲସ୍କ-ଏ-ତୋଇବାର ସଦସ୍ୟ ଥିଲା ଏହି ଆତଙ୍କୀ। ପ୍ରଥମ ସେ ପାକିସ୍ତାନୀ ସେନାରେ ଡାକ୍ତର ଭାବେ କାମ କରିଥିଲା। ପରେ ୧୯୯୭ରେ ତହବୁର କାନାଡ଼ା ଚାଲିଯାଇଥିଲା, ଆଉ ସେଠାକାର ନାଗରିକତ୍ବ ନେଇଥିଲା।

Comments are closed.