Latest Odisha News

ବେକିଂ ବି ଜାଣନ୍ତି ଛୋଟେ ନବାବ୍‌ ତୈମୁର!

ନୂଆଦିଲ୍ଲୀ: ଛୋଟେ ନବାବ୍‌ ତୈମୁର ଅଲି ଖାନଙ୍କ ହାତ ତିଆରି ଆକ‌ର୍ଷଣୀୟ ଚିତ୍ର କରୀନା ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। କରୀନା ଆଜି ତୈମୁର୍‌ଙ୍କ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ବେକିଂ କୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

ଫଟୋରେ , ତୈମୁର୍‌ ଚାରିଟି କୁକି ଡୋ ସହିତ ଏକ ବେକିଂ ଟ୍ରେ ଧରିଥିବାର ନଜର ଆସିଛନ୍ତି। ତୈମୁର୍‌ ତାଙ୍କ ପରିବାରକୁ ଅନୁକରଣ କରି ଏହି ଚାରିଟି ଡୋରେ ତାଙ୍କ ଚାରି ଜଣ ପରିବାର ସଦସ୍ୟଙ୍କ ଆକୃତି ତିଆରି କରିଛନ୍ତି। କରୀନା ଏହି ଫଟୋଗୁଡ଼ିକ ସେୟାର କରି କ୍ୟାପସନ୍ ଦେଇଛନ୍ତି, “ମାଏ୍‌ ମେନ୍‌ ଆର୍‌ ୱାନ ଫ୍ରେମ୍‌ ଲେଖିବା ସହ ବେଶ୍‌ ସୁନ୍ଦର ଦିଶୁଛି ବୋଲି ମଧ୍ୟ ଲେଖିଛନ୍ତି।

Comments are closed.