Latest Odisha News

BREAKING NEWS

ତାଇୱାନ ସହ ଯୁଦ୍ଧ କରିବ କି ଚୀନ !

ତାଇପେ: ଆନ୍ତର୍ଜାତୀୟ ସମୂହକୁ ବେଖାତିର କରି ତାଇୱାନ ଉପରେ ଚୀନ ତାର ଦାଦାଗିରି ଦେଖାଇ ଚାଲିଛି । ତାଇୱାନ ସୀମା ମଧ୍ୟରେ ଚୀନ ବାରମ୍ବାର ଯୁଦ୍ଧ ବିମାନ ପଠାଉଛ । ଫଳରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ୩ ଦିନରେ ଚୀନ ପାଖାପାଖି ୯୮ ବିମାନ ତାଇୱାନ ସୀମାରେ ଚକ୍କର କାଟି ସାରିଛନ୍ତି ।

ଏଥିରେ ଜେ-୧୬, ଏସୟୁ-୩୦, ୨ୱାଇ-୮ ଏଏସଡବ୍ଲ୍ୟୁ, ୨କେଜେ-୫୦୦ ଏଇଡବ୍ଲ୍ୟୁଆଣ୍ଡସି ପରି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ରହିଛି । ତାଇୱାନ ଏହାର ଜବାବରେ ଆଂଟି ଏୟାରକ୍ରାଫ୍ଟ ମିସାଇଲ ଟ୍ରାକିଙ୍ଗ ଓ ମନିଟରିଂ ସିଷ୍ଟମ ନିୟୋଜିତ କରିଛି । ଚୀନ ଏ ନେଇ କୌଣସି ଜବାବ ଦେଇ ନାହିଁ ।

Leave A Reply

Your email address will not be published.