Latest Odisha News

ଲୁଟ୍ ମାମଲାରେ ୪ ଗିରଫ

ରାଉରକେଲା: ରାଉରକେଲା ସେକ୍ଟର-୩ ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ମହିଳାଙ୍କ ସହ ଦୁଇ ପୁରୁଷ ।  ଗତ ୨୩ ତାରିଖରେ ସେକ୍ଟର-୨ କ୍ବାର୍ଟରରୁ ସୁନା ଗହଣା, ଟିଭି, ମୋବାଇଲ, ବାଇକ୍ ସହ ଦାମୀ ଲୁଗା ପଟା ଚୋରି ହୋଇଥିବାର ସେକ୍ଟର-୩ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଲିଖିତ ଅଭିଯୋଗକୁ ଭିତ୍ତିକରି ସେକ୍ଟର-୩ ପୋଲିସ ତଦନ୍ତ କରି ସୋମବାର ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ସୁନା ଚେନ୍, ୨ଟି ସୁନା କାନଫୁଲ, ୪ଟି ମୋବାଇଲ, ଗୋଟିଏ ଦାମୀ ବାଇକ୍, ଦାମୀ ଲୁଗା ସହ ବାସନ କୁସନ ଜବତ କରିଛି  । ଯାହାର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ । ଗିରଫ ୪ ଜଣ ହେଲେ ରାଉରକେଲା ଫାର୍ଟିଲାଇଜାର ଅଞ୍ଚଳର  । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ରାଉରକେଲା ସେକ୍ଟର-୩ ପୋଲିସ ।

Leave A Reply

Your email address will not be published.