Latest Odisha News

BREAKING NEWS

ତାଇଓ୍ୱାନରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୩

ନୂଆଦିଲ୍ଲୀ: ତାଇଓ୍ୱାନରେ ଭୂକମ୍ପ ଝଟକା । ଦକ୍ଷିଣ ଚୀନ ସାଗରରେ ଥିବା ଛୋଟ ଦ୍ୱୀପ ତାଇଓ୍ୱାନରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୩ ଅଟେ । ଏହା ପରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି । ଝଟକା ଏତେ ଜୋର ଥିଲା ଯେ ଲୋକେ ଜୀବନ ବଞ୍ଚାଇବା ପାଇଁ ଲୋକେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡି ପଳାଇ ଯାଇଥିଲେ ।

ରଏଟର୍ସ ସୂଚନା ଅନୁଯାୟୀ, ଜିଏଫଜେଡ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେଜ ପକ୍ଷରୁ କୁହାଯାଇଛି, ରବିବାର ସକାଳୁ ସକାଳୁ ତାଇଓ୍ୱାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ କେନ୍ଦ୍ରକୁ ନେଇ କୁହାଯାଇଛି ଯେ, ଏହା ୧୦ କିମି ଗଭୀରତାରେ ହୋଇଛି । ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ । ତେବେ ଲୋକମାନଙ୍କୁ ପୁରୁଣା କୋଠାରୁ ବାହାରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷେ ତାଇଓ୍ୱାନ ପାଣିପାଗ ବିଭାଗ ସୂଚନା ଅନୁସାରେ, ରବିବାର ଆଉ ଏକ ଭୂକମ୍ପ ଝଟକା ବି ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ଥିଲା ୪.୬ । ଏହା ତାଇବାନର ପୂର୍ବ ତଟରେ ଅନୁଭୂତ ହୋଇଥିଲା । ଏହି ଭାଗରେ ଲୋକ ସଂଖ୍ୟା ଖୁବ କମ । ଏହାର କେନ୍ଦ୍ର ତାଇତୁଙ୍ଗ କାଉଣ୍ଟି ଥିଲା ଏବଂ ଏହା ୧୬.୫ ଗଭୀରତାରେ ଅନୁଭୂତ ହୋଇଥିଲା । ତେବେ ତୀବ୍ରତା କମ ହେତୁ ଲୋକେ ଏହାକୁ ଅନୁଭବ କରିପାରି ନ ଥିଲେ ।

Comments are closed.