Latest Odisha News

BREAKING NEWS

ତାଜ୍ ହୋଟେଲ ଉଡାଇଦେବେ ୨ ପାକିସ୍ତାନୀ ! ମୁମ୍ବାଇ ପୁଲିସକୁ ଚେତାବନୀପୂର୍ଣ୍ଣ କଲ୍ ଆସିବା ପରେ ଆଲର୍ଟ

ମୁମ୍ବାଇ : ମୁମ୍ବାଇରେ ଚାଞ୍ଚଲ୍ୟ । ମୁମ୍ବାଇର ତାଜ୍ ହୋଟେଲକୁ ୨ ପାକିସ୍ତାନୀ ଆକ୍ରମଣ କରି ଉଡାଇଦେବେ ବୋଲି ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଫୋନ୍ କଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ମୁମ୍ବାଇ ପୋଲିସ ଏବଂ ସୁରକ୍ଷା ବଳ ଆଲର୍ଟ ହୋଇଛି  । ସୂଚନା ଅନୁସାରେ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଏକ ଅଜ୍ଞାତ କଲ ଆସିଥିଲା । ଏଥିରେ କେହି ଜଣେ କହିଥିଲା ଯେ  ୨ ଜଣ ପାକିସ୍ତାନୀ ସମୁଦ୍ର ପଥରେ ଆସି ମୁମ୍ବାଇରେ ପହଞ୍ଚିବା ପରେ ସବୁଠାରୁ ବଡ ହୋଟେଲ ତାଜ୍ ହୋଟେଲକୁ ବିସ୍ଫୋରଣ କରି ଉଡାଇଦେବେ । କଲ କରିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ମୁକେଶ ସିଂ ଭାବେ ଦେଇଥିଲେ ।

ତେବେ ଯାଞ୍ଚରୁ ଜଣାପଡିଛି ଯେ ବ୍ୟକ୍ତିଙ୍କର ପ୍ରକୃତ ନାଁ ଜଗଦମ୍ବା ପ୍ରସାଦ ସିଂ । ଜଗଦମ୍ବା ଉତ୍ତରପ୍ରଦେଶ ଗୋଣ୍ଡା ସାନ୍ତାକ୍ରୁଜର ବାସିନ୍ଦା ବୋଲି ଜଣାପଡିଛି  ।୨୦୦୮ ମସିହାରେ ତାଜ୍ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା  ।  ଏହାପରେ କୌଣସି ଆକ୍ରମଣର ଆଶଙ୍କା ଦେଖାଗଲେ ସୁରକ୍ଷା ବଳ, ଓ ଇଣ୍ଟେଲିଜେନ୍ସ ଏଜେନ୍ସି ଆଲର୍ଟ ହୋଇଯାଉଛନ୍ତି । ଆଜି ମଧ୍ୟ ପୁରା ଇଲାକାରେ ଆଲର୍ଟ ଜାରି କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.