Latest Odisha News

BREAKING NEWS

ବଲାଙ୍ଗୀରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ , ପୋଲିସର ତଦନ୍ତ ଜାରି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଯମୁନା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି  । ଘଟଣାରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି  । ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

ଅଭିଯୋଗ ଅନୁସାରେ, ପରିବାର ଲୋକେ କାମ କରିବାକୁ ବାହାରକୁ ଯାଇଥିବା ସମୟରେ ଯୁବକ ଜଣ ଘରକୁ ଆସି ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏବଂ ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ପରେ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ ।  ପରେ କଣ୍ଟାବାଞ୍ଜି ଏସଡିପିଓଙ୍କ ସହ ମୁରିବାହାଲ ଆଇଆଇସି ଘଟଣାର ତଦନ୍ତ କରି ଯୁବକକୁ ଗିରଫ କରିଛି । ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ଛାନଭିନ୍ କରୁଥିବା ଜଣାପଡିଛି  ।

Leave A Reply

Your email address will not be published.