Latest Odisha News

BREAKING NEWS

ତାଜମହଲରେ ବୋମା ଥିବା ନେଇ ଫେକ୍ ଫୋନ୍ କଲ୍, ଅଭିଯୁକ୍ତ ଗିରଫ

ଆଗ୍ରା: ତାଜମହଲରେ ବମ୍ ଥିବା ନେଇ ଫେକ୍ ଫୋନ୍ କଲ୍ । କେହି ଜଣେ ତାଜମହଲରେ ବମ୍ ଥିବା ଫୋନ୍ କରି ସୂଚନା ଦେଇଥିଲା । ଏହାପରେ ପର୍ୟ୍ୟଟକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତାଜମହଲ ପରିସରରୁ ପର୍ଯ୍ୟଟକଙ୍କୁ ବାହାର କରିଥିଲା ସିଆଇଏସଏଫ୍ । ଦୁଇଟିଯାକ ଗେଟକୁ ବନ୍ଦ କରି ଦିଆଯାଇଥିଲା ।

ଦୁଇ ଘଣ୍ଟା ଧରି ଚାଲିଥିଲା ଯାଞ୍ଚ । ଏହାପରେ ତାଜମହଲ ପରିସରରେ କୌଣସି ବୋମା ନଥିବା ଜଣା ପଡ଼ିଥିଲା । ବୋମା ଥିବା ଖବର ମିଛ। ଏହାପରେ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ଖୋଲି ଦିଆଯାଇଛି । ମିଛ ଖବର ଦେଇଥିବା ବ୍ୟକ୍ତିଙ୍କୁ ଫରିଦାବାଦରୁ ଗିରଫ କରାଯାଇଛି । ତାକୁ ପଚରାଉଚରା ଜାରି ରହିଥିବା ଆଗ୍ରା ପୋଲିସ ଆଇଜି ।

ଆଜି ପୋଲିସକୁ ୮୩୧୮୮୮୧୩୦୧ ନମ୍ବରରୁ ଏକ ଫୋନ କଲ୍ ଆସିଥିଲା । ଜଣେ ବ୍ୟକ୍ତି କହିଥିଲେ, ତାଜମହଲ ପାଖରେ ବୋମା ରଖାଯାଇଛି । କିଛି ସମୟ ପରେ ଏହା ବିସ୍ଫୋରଣ ହେବ । ଏହାପରେ ପର୍ୟ୍ୟଟକଙ୍କୁ ଖାଲି କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ ପୋଲିସ ଓ ସିଆଇଏସଏଫ୍ ଯବାନ ।

Leave A Reply

Your email address will not be published.