Latest Odisha News

BREAKING NEWS

ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର: ଆରଟିଓଙ୍କୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟ ଭିତରେ ଦଲାଲମାନଙ୍କ ପ୍ରବେଶ ରୋକିବା ତଥା ଦଲାଲମାନଙ୍କ ବିରୋଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନଙ୍କୁ ସରକାର ଶନିବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ଶୁକ୍ରବାର ଦିନ ପରିବହନ କମିଶନର୍ ସଞ୍ଜୀବ ପଣ୍ଡା ରାଜ୍ୟର ସମସ୍ତ ଆରଟିଓ ମାନଙ୍କୁ ଏକ ପତ୍ର ଦେଇଛନ୍ତି । ଏହି ନିର୍ଦ୍ଦେଶନାମାରେ ଦଲାଲମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିର୍ଦ୍ଦେଶ ରହିଛି ।

– ପରିବହନ କାର୍ଯ୍ୟାଳୟ ମଧ୍ୟରେ କେଉଁମାନେ ପ୍ରବେଶ କରୁଛନ୍ତି ତାହାକୁ ତୀକ୍ଷଣ ନଜର ରଖାଯିବ । ଯଦି କାର୍ଯ୍ୟାଳୟରେ କୌଣସି ତୃତୀୟ ବ୍ୟକ୍ତି ମଧ୍ୟସ୍ଥତା କରୁଥିବା ଦେଖାଯାଏ ତାହେଲେ ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

– ପରିବହନ କାର୍ଯ୍ୟାଳୟ ପରିସର ମଧ୍ୟରେ ତଥା ଅଫିସ ପାଚେରୀ ସଂଲଗ୍ନ ସମସ୍ତ ଉଠା ଷ୍ଟାଣ୍ଡଗୁଡ଼ିକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉଠାଇବା ବ୍ୟବସ୍ଥା ହେବ ।

– କାର୍ଯ୍ୟାଳୟର କୌଣସି ଅଧିକାରୀ କିମ୍ବା ଯଦି କୌଣସି ସରକାରୀ କର୍ମଚାରୀ ଏହି ଦଲାଲଙ୍କ ସହିତ ଏନେଇ ସମ୍ପର୍କ ରକ୍ଷା କରନ୍ତି ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

– ସମସ୍ତ ପରିବହନ କର୍ମଚାରୀମାନଙ୍କୁ ବ୍ୟାଜ, ପରିଚୟ ପତ୍ର ତଥା ନୀଳ ବ୍ୟାଣ୍ଡ ଯୋଗାଇ ଦିଆଯିବ ।

– କାର୍ଯ୍ୟାଳୟ ସମ୍ମୁଖରେ ତଥା ନିର୍ଦ୍ଧିଷ୍ଟ ସ୍ଥାନମାନଙ୍କରେ ସାଇନ ବୋର୍ଡ଼ ଏବଂ ରେଟ୍ ଚାର୍ଟ ସଂଲଗ୍ନ କରାଯିବାର ବ୍ୟବସ୍ଥା ହେବ ।

– ପରିବହନ କାର୍ଯ୍ୟାଳୟରେ ଉପଯୁକ୍ତ ସ୍ଥାନରେ ଆବଶ୍ୟକ ପଡ଼ିଲେ ସିସିଟିଭି ଖଞ୍ଜାଯିବାର ବ୍ୟବସ୍ଥ୍ା ହେବ ।

– ଯଦି କୌଣସି ବ୍ୟକ୍ତି ଏହି ଦଲାଲଙ୍କ ହାବୁଡ଼ରେ ପଡ଼ନ୍ତି ତେବେ ରାଜ୍ୟ ପରିବହନ ବିଭାଗର ହେଲପ ଡ଼େସ୍କକୁ ଯୋଗାଯୋଗ କରି ସେମାନଙ୍କର ଅଭିଯୋଗ କହିପାରିବେ । ସେହି ହେଲପ ଡ଼େସ୍କ ନମ୍ବର ହେଉଛି : ୧୮୦୦-୩୪୫-୧୦୭୩ ।

Leave A Reply

Your email address will not be published.