Latest Odisha News

BREAKING NEWS

ବର୍ଷାଦିନେ ନିଅନ୍ତୁ ପାଦର ଯତ୍ନ, ଜାଣନ୍ତୁ ଘରୋଇ ଉପାୟ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ବର୍ଷାଦିନେ ମାଟି କାଦୁଅ, ଅପରିଷ୍କାର ପାଣିରେ ପାଦ ଭିଜିବା ଯୋଗୁ ଜୀବାଣୁ ସଂକ୍ରମଣର ଆଶଙ୍କା ବେଶି ବଢ଼ିଯାଏ । ତା’ ଛଡ଼ା ଓଦା ଚପଲ, ଜୋତା ଆଦି ଅଧିକ ସମୟ ରହିବା କାରଣରୁ ପାଦ ଗନ୍ଧ ହେବା ସହ ପାଣିଖାଇବା, ଫଙ୍ଗାଲ ଇନ୍‌ଫେକ୍ସନ ବି କେତେକଙ୍କଠାରେ ଦେଖା ଦେଇଥାଏ। ତେଣୁ ଏଦିନେ ପାଦର ଯତ୍ନ ନେବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ପେଡିକିଓର କରାଇବା ବେଶ୍‌ ଲାଭଦାୟକ…

ପ୍ରଥମେ ପାଦର ନେଲ୍‌ପଲିସ୍‌କୁ ଏସିଟୋନ୍‌ ମୁକ୍ତ ନେଲ୍‌ପଲିସ୍‌ ରିମୁଭର୍‌ରେ ଭଲଭାବରେ ପୋଛନ୍ତୁ। ନଖ ଭିଜିଗଲେ ନରମ ହୋଇ ଭାଙ୍ଗିଯାଏ ତେଣୁ ପାଣିରେ ଓଦା କରିବା ପୂର୍ବରୁ ନେଲ୍‌କଟରରେ କାଟି ଫାଇଲର୍‌ ସାହାଯ୍ୟରେ ଫାଇଲ୍‌ କରି ଶେପ୍‌ ଦିଅନ୍ତୁ । ନଖ କୋଣରୁ ଏବଂ ତଳୁ ମଇଳା ବାହାର କରିବା ପାଇଁ ପେଡିକିଓର୍‌ ଟୁଲ୍ସ ବ୍ୟବହାର କରନ୍ତୁ। ବର୍ତ୍ତମାନ ଏକ ଟବ୍‌ରେ ଉଷୁମ ପାଣି ରଖନ୍ତୁ ଏବଂ ସେଥିରେ ଏକ ଟି ସ୍ପୁନ୍‌ ଲେଖାଏଁ ଶ୍ୟାମ୍ପୁ, ଲେମ୍ବୁ ରସ ପକାଇ ଗୋଳାନ୍ତୁ। ଏହି ପାଣିରେ ପାଦକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। ପାଦ ନରମ ହୋଇଗଲେ ଏକ ପ୍ୟୁମିକ୍‌ ଷ୍ଟୋନ ସାହାଯ୍ୟରେ ଗୋଇଠି ଓ ଆଙ୍ଗୁଠି ଆଦିକୁ ଧୀରେ ଧୀରେ ଘଷନ୍ତୁ।
ପାଦରୁ ଡେଡ୍‌ ସେଲ୍ସ ବାହାର କରିବା ନରମ ଏବଂ ମୁଲାୟମ କରିବା ଲାଗି ସ୍କ୍ରବିଂ କରିବାକୁ ଭୁଲନ୍ତୁ ନାହିଁ। ଏଥିପାଇଁ ୨ ଚାମଚ ଲେଖାଏଁ କଫି ପାଉଡ଼ର, ଅଟା ଏବଂ ଲୁଣ ନିଅନ୍ତୁ। ସେଥିରେ ନଡିଆ ତେଲ ମିଶାଇ ସ୍କ୍ରବ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ନିଜ ପାଦ, ଗୋଇଠି ଏବଂ ଆଙ୍ଗୁଠିରେ ଧୀରେ ଧୀରେ ମସାଜ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ପାଦ ନରମ ଲାଗିବା ସହ ଆପଣ ରିଲାକ୍ସ ଅନୁଭବ କରିବେ। କିଛି ସମୟ ପରେ ପାଦକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ସପ୍ତାହକୁ ଦୁଇରୁ ତିନି ଥର ଏହି ଭଳି କରନ୍ତୁ। ଏହା ପରେ ନର୍ମାଲ୍‌ ପାଣିରେ ପାଦକୁ ଧୋଇ ଏକ ସଫା ଟାଓ୍ବେଲରେ ଭଲ ଭାବେ ପୋଛି ମଶ୍ଚରାଇଜର ଲୋଶନ ଲଗାଇ ଦିଅନ୍ତୁ। ବର୍ଷାଦିନେ ନଖକୁ ଅପରିସ୍କାର ପାଣି କାଦୁଅରୁ ସୁରକ୍ଷା ଦେଖାଯିବା ସହ ସୁନ୍ଦର ଦେଖାଯିବା ପାଇଁ ଟ୍ରାନ୍ସପରେଣ୍ଟ କିମ୍ବା ନିଜ ମନପସନ୍ଦର ଯେକୌଣସି ରଙ୍ଗର ନେଲପେଣ୍ଟ ବ୍ୟବହାର କରନ୍ତୁ।

Leave A Reply

Your email address will not be published.