Latest Odisha News

BREAKING NEWS

ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଲା ପୋଲିସ; ବଡ ଧରଣର କାଣ୍ଡ ପାଇଁ କରୁଥିଲେ ଯୋଜନା

ଭୁବନେଶ୍ୱର:ଏକ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗକୁ ଧରିଛି କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗ ଏକ ବଡ ଧରଣର ଅପରାଧିକ କାଣ୍ଡ କରିବାକୁ ଯାଉଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପୋଲିସ ଏମାନଙ୍କୁ ଧରିଛି । ଗ୍ୟାଙ୍ଗର ମୁଖ୍ୟ ସଞ୍ଜୟ ଖୁଣ୍ଟିଆ ଓ ତାଙ୍କ ୩ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ବିଭିନ୍ନ ଅତ୍ୟାଧୁନିକ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ତମାଣ୍ଡୋ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା ଯେ, ଏହି ଗ୍ୟାଙ୍ଗଷ୍ଟାର ଏକ ବଡ ଧରଣର ଅଘଟଣ ଘଟାଇବାର ଯୋଜନା କରୁଛନ୍ତି । ରବିବାର ବିଳମ୍ବିତ ରାତିରେ ପୋଲିସର ଏକ ଟିମ ତାର ଅପରେସନ ଆରମ୍ଭ କରିଥିଲ । ଡିସିପି ପ୍ରତୀକ ସିଂ ଦେଇଥିବା ସୂଚନା ଅନୁଯାୟୀ, ଅପରେସନ ପରେ ତମାଣ୍ଡୋ ପୋଲିସର ଏକ ଟିମ ୪ ଜଣଙ୍କୁ କଳିଙ୍ଗ ବିହାର ଅଞ୍ଚଳରୁ ଗିରଫ କରିଛି । ଏମାନଙ୍କ ପାଖରୁ ଅଟୋମେଟିକ ୨୭.୬୫ ଏମଏମ ସେସି ଅଟୋମଟିକ ପିସ୍ତଲ, ପିସ୍ତଲ ମାଗାଜିନ,  ୯ଏମଏମ ଅଟୋମେଟିକ କାରବାଇନ, ୨ଟି କାରବାଇନ ମାଗାଜିନ ପରି ଅତ୍ୟାଧୁନିକ ମାରଣାସ୍ତ ସହ ୭ଟି ମୋବାଇଲ ଫୋନ, ତିନିୋଟି କାରକୁ ମଧ୍ୟ ପୋଲିସ ଜବତ କରିଛି ।

ଗିରଫ ଗ୍ୟାଙ୍ଗଷ୍ଟର ହେଲେ, ଖଣ୍ଡଗିରି ଅଞ୍ଚଳର ସଞ୍ଜୟ ଖୁଣ୍ଟିଆ ଓରଫ ବାପୁନି (୩୪ ବର୍ଷ) , ଖୋର୍ଦ୍ଧାର ଶିବ କୁମାର ନାଲି (୪୭ ବର୍ଷ), ବଟକୃଷ୍ଣ ପାଣି (୫୦ ବର୍ଷ) ଏବଂ ପ୍ରକାଶ ରାଉତରାୟ (୪୪ ବର୍ଷ)।

ଡିସିପିଙ୍କ କହିବା ଅନୁଯାୟୀ, ସେମାନେ ବିଭିନ୍ନ ଖଣି କାରବାରରେ ଲିପ୍ତ ଥିଲେ । କ୍ରସର ଓ ଷ୍ଟୋନ କ୍ରୋରିରେ ଏମାନେ ସମସ୍ତେ କାମ କରନ୍ତି । ଗିରଫ ଅଭିଯୁକ୍ତମାନେ  ଅନେକ ଅପରାଧରେ ସଂପୃକ୍ତ ଅଛନ୍ତି । ଧଉଳି ଅଞ୍ଚଳରେ ଏକ ହତ୍ୟା କାରବାରରେ ସଞ୍ଜୟର ସଂପୃକ୍ତି ରହିଛି । ସେ ଏବଂ ତାଙ୍କର ଗ୍ୟାଙ୍ଗ ମେମ୍ବର ଜଣେ ବ୍ୟକ୍ତିଙ୍କୁ ମର୍ଡର କରିବା ପରେ ତାଙ୍କୁ ଶରୀରରକୁ ଛୋଟ ଛାେଟ କରି କାଟି ପଲିଥିନ ପ୍ୟାକେଟରେ ଭର୍ତ୍ତି କରି ଦେବୀ ନଦୀରେ ଭସାଇ ଦେଇଥିଲେ।

Leave A Reply

Your email address will not be published.