Latest Odisha News

ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ

ଭୁବନେଶ୍ବର: ବିଜେପିର ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । ବିଧାନସଭା ସଚିବଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି ଭବାନୀ । ତେବେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୪ରେ ହେବ ଉପବାଚସ୍ପତି ନିର୍ବାଚନ ।

ତେବେ କହିରଖୁଛୁ, ସୁନ୍ଦରଗଡ ଜିଲା ତଳସରା ବିଧାୟକ ଭବନୀ ଶଙ୍କର ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି | ପ୍ରଥମେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ପୁଣି ଥରେ ନିର୍ବାଚିତ ହୋଇଛନ୍ତି । ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଉପବାଚସ୍ପତି ପଦ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି । ଏହା ପରେ ସେ ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ଉପବାଚସ୍ପତି ନିର୍ବାଚିତ ହେବା ପରେ ତା ପରଦିନ ଅର୍ଥାତ୍ ୨୫ ତାରିଖରେ ବଜେଟ୍ ଉପସ୍ଥାପନା ହେବ ।

Comments are closed.