Latest Odisha News

ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ତାଲିବାନଙ୍କ ଆକ୍ରମଣ, ୨୫ ନିହତ

କାବୁଲ: ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ଉପରେ ତାଲିବାନ ଆତଙ୍କବାଦି ସଂଗଠନ ବଡ ଧରଣର ଆକ୍ରମଣ କରିଛି । ଏଥିରେ ୨୫ ଆଫଗାନ ପୋଲିସକର୍ମୀ ନିହତ ହୋଇଛନ୍ତି । ଏବେ ବି ତଖାର ଅଂଚଳରେ ସୁରକ୍ଷାକର୍ମୀ ଓ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଛି । ତେବେ କେତେ ଜଣ ଆତଙ୍କବାଦୀ ମରିଛନ୍ତି ଏହା ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟ ଏକ ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ୩୪ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ।

BjdElectrycity

ସୁରକ୍ଷାବଳ ଏକ ଅପେରେଶନ ପାଇଁ ଯାଉଥିବା ବେଳେ ନିକଟରେ ଥିବା ଘର ମଧ୍ୟରେ ତାଲିବାନ ଆତଙ୍କବାଦୀମାନେ ଲୁଚି କରି ଗୁଳି ଚଳାଇଥିଲେ । ସରକାର ଓ ତାଲିବାନ ମଧ୍ୟରେ ଶାନ୍ତି ପ୍ରକ୍ରିୟା ନେଇ ଆଲୋଚନା ଚାଲିଥିବା ବେଳେ ଏହି ଘଟଣା ଏଥିରେ ବାଧା ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି । ତାଲିବାନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସି ନାହିଁ ।

Leave A Reply

Your email address will not be published.