Latest Odisha News

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ!

ଲଣ୍ଡନ:  ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ବେତନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଏବଂ ସେଥିରେ ତାଙ୍କ ଚଳିବା କଷ୍ଟକର ହୋଇପଡ଼ୁଛି। ତାଙ୍କ ନିକଟରେ ଚଳିବାକୁ ଟଙ୍କା ନାହିଁ।

ରିପୋର୍ଟ ଅନୁଯାୟୀ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଯେତିକି ବେତନ ପାଉଛନ୍ତି ସେତିକି ତାଙ୍କୁ ଅଣ୍ଟୁନାହିଁ ବୋଲି କହିଛନ୍ତି। ସେଥିପାଇଁ ସେ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି। ବୋରିସ୍ ଜନ୍‌ସନ୍‌ଙ୍କ ବାର୍ଷିକ ଦରମା ପ୍ରାୟ ୧ କୋଟି ୪୩ ଲକ୍ଷ।
ପ୍ରାପ୍ତ ବେତନରୁ ତାଙ୍କୁ ତାଙ୍କର ୬ ସନ୍ତାନ ଏବଂ ପୂର୍ବତନ ପତ୍ନୀ ମରିନା ୱିଲର୍‌ଙ୍କ ଭରଣପୋଷଣ ପାଇଁ ମୋଟା ଅଙ୍କର ଅର୍ଥ ଦେବାକୁ ପଡ଼ୁଛି। ତେବେ ବୋରିସ୍ ଜନ୍‌ସନ୍‌ଙ୍କ ଇସ୍ତଫା ଖବର ପ୍ରଚାର ହେବା ପରେ ନୂତନ ପ୍ରଧାନମନ୍ତ୍ରୀ ଚୟନ ପାଇଁ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି।

ତେବେ ନୂୂଆ ପ୍ରଧାନମନ୍ତ୍ରୀ ତାଲିକାରେ ଇନଫୋସିସ୍ ସହ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଯୋଇଁ ଏବଂ ବ୍ରିଟେନର ଅର୍ଥମନ୍ତ୍ରୀ ରିଷି ସୁନାକଙ୍କ ନାମ ରହିଥିବା ଜଣାପଡ଼ିଛି।।

Leave A Reply

Your email address will not be published.