Latest Odisha News

BREAKING NEWS

ଆଫ୍‌ଗାନ ନାଗରିକଙ୍କୁ ଦାଢି କାଟିବା ମନା; ତାଲିବାନର ନୂଆ ନିୟମ

କାବୁଲ: ଗୋଟିଏ ପରେ ଗୋଟିଏ ନୂଆ ନିୟମ ଲାଗୁ କରି ଚାଲିଛି ତାଲିବାନ। କ୍ରୁରତାର ସବୁ ସୀମା ଟିପିବାରେ ଲାଗିଛି ତାଲିବାନ। ନୂତନ ତାଲିବାନ ଶାସନ ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ନୂଆ ନିୟମ ଅନୁଯାୟୀ ଏବେ ଆଫଗାନର ନାଗରିକଙ୍କୁ ସେଭିଂ ହେବାର ତଥା ଦାଢି କାଟିବାକୁ ଆଉ ଅନୁମତି ମିଳିବ ନାହିଁ। ଏହି ନିୟମ ଉଲ୍ଲଘଂନକାରୀଙ୍କୁ ଶରିଆ ନିୟମ ଅନୁଯାୟୀ, କଠୋର ଦଣ୍ଡ ଦିଆଯିବ।

ତାଲିବାନ ଦକ୍ଷିଣ ଆଫଗାନିସ୍ତାନର ହେଲମାଣ୍ଡ ପ୍ରଦେଶରେ ଷ୍ଟାଇଲିଶ ହେୟାର ରଖିବା ଏବଂ ଦାଢି କାଟିବା ଉପରେ ପ୍ରତିବନ୍ଧକ ଲାଗାଇଛି।

ଏହା ଇସଲାମ ନିୟମକୁ ଉଲ୍ଲଂଘନ କରୁଥିବାରୁ ପୁରୁଷଙ୍କୁ ଦାଢି ତଥା ସେଭିଂ ହେବାକୁ ବାରଣ କରିଛି ତାଲିବାନ।

ସୋସିଆଲ ନେଟୱାର୍କରେ ବିତରଣ କରାଯାଇଥିବା ଏହି ଆଦେଶରେ ହେୟାର ଡ୍ରେସ ସେଲୁନ୍ ପରିସରରେ ସଙ୍ଗୀତ କିମ୍ବା ଭଜନ ନ ବଜାଇବା ପାଇଁ ଏକ ଅନୁରୋଧ ମଧ୍ୟ ରହିଛି ରିପୋର୍ଟରେ ଦର୍ଶାଯାଇଛି।

Leave A Reply

Your email address will not be published.