ବାଲେଶ୍ୱର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାମ ମୋର୍ଚ୍ଚା ଦେଇଥିବା ୧୦ ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ ବାଲେଶ୍ୱରରେ ଦେଖିବାକୁ ମିଳିଛି । ପ୍ରଭାବିତ ହୋଇଛି ସାଧାରଣ ଜନଜୀବନ। ବାଲେଶ୍ୱରରେ ପ୍ରାୟ ୧୦ଟି କୃଷକ ସଂଗଠନ ସହ କଂଗ୍ରେସ ଦଳ ବନ୍ଦ ପାଳନକୁ ସମର୍ଥନ କରି ସକାଳେ ପ୍ରଥମେ ରେଳରୋକ କରିଥିଲେ । ପ୍ରଥମେ ବାଙ୍ଗିରିପୋଷି ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ୍କୁ ଦୀର୍ଘ ସମୟ ଧରି ବାଲେଶ୍ୱର ଷ୍ଟେସନରେ ଅଟକାଇଥିଲେ ଆନ୍ଦୋଳନକାରୀ ।
ସେହିପରି ଜିଲ୍ଲାର ଅନ୍ୟାନ୍ୟ ଷ୍ଟେସନଗୁଡ଼ିକରେ ମଧ୍ୟ ଏକାଧିକ ଟ୍ରେନ୍ ଅଟକି ରହିବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରେ କିଷାନ ମୋର୍ଚ୍ଚା ଓ କଂଗ୍ରେସ ଦଳର କର୍ମକର୍ତ୍ତା ସହରର ବିଭିନ୍ନ ସ୍ଥାନରେ ବିଭିନ୍ନ ଅଞ୍ଚଳ ବୁଲି ଦୋକାନ ବଜାର ବନ୍ଦ କରିଛନ୍ତି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର କରିବା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଭଳି ବିଭିନ୍ନ ଦାବି ରଖିଛନ୍ତି ଆନ୍ଦୋଳନକାରୀ ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ବହୁ ପଦକ୍ଷେପ ନେଇଛି । ବିଭିନ୍ନ ସରକାରୀ ଅଫିସ ସମେତ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଏକାଧିକ ପାଟ୍ରୋଲିଂ ଗାଡ଼ି ସହର ପରିକ୍ରମା କରୁଛି । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।
BREAKING NEWS
- ବିମାନର ଡୋର୍ ଖୋଲିବାକୁ ଉଦ୍ୟମ;କରାଗଲା ଜରୁରୀ ଲ୍ୟାଣ୍ଡିଂ
- Modi Slams Congress: ସମ୍ବିଧାନ ଦିବସରେ କଂଗ୍ରେସକୁ ମୋଦୀଙ୍କ ଶାଣିତ ଆକ୍ରମଣ! ଜରୁରୀକାଳୀନ ପରିସ୍ଥିତି, ଧାରା ୩୭୦ ଓ ମହିଳା ସଂରକ୍ଷଣକୁ ନେଇ ଉଠାଇଲେ ବଡ଼ ପ୍ରଶ୍ନ…
- Tiger Alert in Burla:ବୁର୍ଲାରେ ବାଘ ପାଦଚିହ୍ନ ଠାବ:ସ୍ଥାନୀୟ ଅଞ୍ଚଳରେ ସତର୍କତା ଜାରି
- ଫ୍ଲିପକାର୍ଟରୁ ଅର୍ଡର କରିଥିଲେ ହେୟାର ରିମୁଭାଲ୍ କ୍ରିମ୍, ବ୍ୟବହାର ପରେ ଗୁରୁତର ଭାବେ ପୋଡ଼ିଯିବାରୁ ICUରେ ଭର୍ତ୍ତି
- ଚଢାଉ ବେଳେ ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ! ଚାଳକ ଅଟକ
- ତେଲ ଟ୍ୟାଙ୍କରରେ ନିଆଁ ଲାଗି ୩୧ ଜଣଙ୍କ ମୃତ୍ୟୁ, ୨୧ରୁ ଅଧିକ ଆହତ
- ଆଡ଼ିପଡ଼ା ଗ୍ରାମରେ ଗୋଷ୍ଠୀ ସଂଘର୍ଷ;ଜଣେ ମୃତ, ୩୫ରୁ ଅଧିକ ଆହତ
- ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ୮୦ କୋଟିର ପାଣ୍ଡରା ରିଭରଫ୍ରଣ୍ଟ ପ୍ରକଳ୍ପ, ଜାଣନ୍ତୁ କଣ ମିଳିବ ଖାସ୍…
- ସାଉଥ୍ ସିନେମାରେ ଡେବ୍ୟୁ କରିବେ ଗୋବିନ୍ଦା!
- ଡିସେମ୍ବର ୪ରୁ ପ୍ରାଥମିକ ଶିକ୍ଷକଙ୍କ ବଡ଼ ଆନ୍ଦୋଳନ
Comments are closed.