Latest Odisha News

BREAKING NEWS

ମହିଳାଙ୍କ ବିବାହକୁ ନେଇ ତାଲିବାନର ନୂଆ ନିଷ୍ପତ୍ତି

କାବୁଲ : ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ମହିଳାଙ୍କ ବିବାହକୁ ନେଇ ସ୍ୱତନ୍ତ୍ର ନିଷ୍ପତି ନେଇଛନ୍ତି। ପୂର୍ବରୁ ତାଲିବାନି ମହିଳାଙ୍କ ବଳପୂର୍ବକ ବିବାହ କରାଯାଉଥିବା ଅଭିଯୋଗ ହେଉଥିଲା। ହେଲେ ଶୁକ୍ରବାର ସଙ୍ଗଠନ ଏହି ବଳ ପୂର୍ବକ ବିବାହ ଉପରେ ରୋକ ଲଗାଇଛନ୍ତି। ତାଲିବାନର ସର୍ବୋଚ୍ଚ ନେତା ହିବତୁଲ୍ଲାହା ଅଖଣ୍ଡଜୁଡା ଶୁକ୍ରବାର ଦିନ କହିଛନ୍ତି ଯେ ସରକାର ମହିଳାଙ୍କ ବାଧ୍ୟତାମୂଳକ ବିବାହ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଦେଶରେ ବିବାହ ପାଇଁ ମହିଳାଙ୍କ ସହମ୍ମତି ଜୁରରୀ ବୋଲି ତାଲିବାନ ହୁକୁମନାମାରେ ଉଲ୍ଲେଖ କରିଛି।

ଅନ୍ୟପଟେ ତାଲିବାନର ଏପରି ନିଷ୍ପତିକୁ ଅନେକ ଆଡେ ସୋ ବୋଲି ବେବେଚନା କରାଯାଉଛି। ହେଲେ ମହିଳାଙ୍କ ପ୍ରତି ଏବେବି ସେମାନଙ୍କ ନିଷ୍ଠୁରତା ଜାରି ରହିବ ବୋଲି ଆଶା କରାଯାଉଛି।ତେବେ ବିବାହ ପାଇଁ ସର୍ବନିମ୍ନ ବୟସ କ୍ରମରେ ଉଲ୍ଲେଖ କରାଯାଇ ନାହିଁ । ଯଦିଓ ଏହା ପୂର୍ବରୁ ୧୬ ବର୍ଷ ପାଇଁ ସ୍ଥିର କରାଯାଇଥିଲା । ଦଶନ୍ଧି ଧରି ଆଫଗାନିସ୍ତାନରେ ମହିଳାମାନଙ୍କୁ ସମ୍ପତ୍ତି ଭାବରେ ବ୍ୟବହାର କରାଯାଉଥିଲା । ବର୍ତ୍ତମାନ ତାଲିବାନ କହିଛି ଯେ ଏହା ଏହି ଅଭ୍ୟାସ ବିରୁଦ୍ଧ ଅଟେ । ତାଲିବାନ ଏହା ମଧ୍ୟ କହିଛି ଯେ ସ୍ୱାମୀଙ୍କ ମୃତ୍ୟୁର ୧୭ ସପ୍ତାହ ପରେ ଜଣେ ବିଧବାଙ୍କୁ ପୁନର୍ବାର ବିବାହ କରିବାକୁ ଅନୁମତି ଦିଆଯିବ ।

Leave A Reply

Your email address will not be published.