Latest Odisha News

BREAKING NEWS

ବିଦେଶୀ ଯାତ୍ରୀଙ୍କ ହୋମ୍ କ୍ୱାରେଣ୍ଟାଇନ ପାଇଁ ବିଏମସିର ସ୍ୱତନ୍ତ୍ର ଗାଇଡ଼ଲାଇନ୍

ମୁମ୍ବାଇ: ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ବିଦେଶରୁ ଆସୁଥିବା ଲୋକମାନଙ୍କ ହୋମ କ୍ୱାରେଣ୍ଟାଇନ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି । ଗ୍ରେଟର ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଜାରି କରିଥିବା ନିର୍ଦ୍ଦେଶ ଅନୁସାରେ, ହାଇ ରିସ୍କ ବା ସଂକ୍ରମଣ ପ୍ରବଣ ଦେଶରୁ ଆସୁଥିବା ଲୋକଙ୍କ ବିସ୍ତୃତ ତଥ୍ୟ ମୁମ୍ବାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ଲିଃର ସିଇଓ ପ୍ରତି ୨୪ଘଣ୍ଟାରେ ପ୍ରଦାନ କରିବେ ।

ବିଦେଶ ଫେରନ୍ତାଙ୍କ ତଥ୍ୟ ବିଏମସିର ବିପର୍ଯ୍ୟୟ ପରିଚାଳନା ସେଲ ନିକଟକୁ ପଠାଯିବ । ଏହାପରେ ଏହି ତାଲିକା ୱାର୍ଡ଼ ୱାର ରୁମ ଟିମ ପାଖକୁ ଯିବ । ସେମାନେ ପ୍ରତିଦିନ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାର ତଥ୍ୟ ସଂଗ୍ରହ କରିବେ । ଏହି ଟିମ୍ ଯାତ୍ରୀଙ୍କ ଘରକୁ ଡ଼ାକ୍ତର ପଠାଇବେ ଓ ୭ଦିନରେ ବିଦେଶ ଫେରନ୍ତାଙ୍କ ଆରଟିପିସିଆର ଟେଷ୍ଟ ହେବ । ବିଦେଶୀ ଯାତ୍ରୀ ରହୁଥିବା ହାଉସିଂ ସୋସାଇଟିକୁ ମଧ୍ୟ ବିଏମସି ଏ ସମ୍ପର୍କରେ ଜଣାଇବ ଓ ଫୋନ ଯୋଗେ ଯାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେବ ।

ହୋମ କ୍ୱାରେଣ୍ଟାଇନରେ ରହିବାବେଳେ ବିଏମସି ପକ୍ଷରୁ ଦିନକୁ ୫ଥର ଫୋନ କରାଯିବ । ସେମାନଙ୍କ ପ୍ରତିଦିନ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ବୋଲି କୁହାଯାଇଛି । ଓମିକ୍ରନ ଯେମିତି ମୁମ୍ବାଇରେ କାୟା ବିସ୍ତାର ନକରିପାରିବ,ସେଥିପାଇଁ ବିଏମସି ଓ ରାଜ୍ୟ ସରକାର କଡ଼ା କଟକଣା ଲାଗୁ କରିଛନ୍ତି ।

Leave A Reply

Your email address will not be published.